LIVE TV
LIVE TV

PMO ହେବ ‘ସେବା ତୀର୍ଥ’, ରାଜ ଭବନ ହେବ ‘ଲୋକ ଭବନ’, ସରକାରଙ୍କ ବଡ଼ ନିଷ୍ପତ୍ତି

NEWS7
good-news-for-pachak-pachika-the-state-government-has-increased-the-salary

ନୂଆଦିଲ୍ଲୀ: ଗୋଟିଏ ଯୁଗର ଅନ୍ତ, ଏକ ନୂଆ ଯୁଗର ଆରମ୍ଭ... ୨୦୨୫ ଡିସେମ୍ୱର ୧ରୁ ଭାରତର ଶାସନ ତନ୍ତ୍ର ଉପରେ ରାଜଶାସନର ଶେଷ ପ୍ରତୀକକୁ ଲିଭାଇ ଦିଆଯାଇଛି । ଦେଶର ସବୁ ରାଜ୍ୟର ରାଜ ଭବନ ଏବେ ଲୋକ ଭବନ ହେବ । ଅନ୍ୟପଟେ ଦିଲ୍ଲୀର କ୍ଷମତାର ସର୍ବୋଚ୍ଚ କେନ୍ଦ୍ର, ପ୍ରଧାନନ୍ତ୍ରୀ କାର୍ଯ୍ୟାଳୟର ନୂଆ ନାଁ- 'ସେବା ତୀର୍ଥ' ରଖାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରକୁ 'ସେବା ତୀର୍ଥ' ନାଁ ଦିଆଯାଇଛି । ଏହି ନାଁ ସହ ସନ୍ଦେଶ ମଧ୍ୟ ସ୍ପଷ୍ଟ ଯେ ଏହା ସେବାର ପବିତ୍ର ସ୍ଥାନ । ନୂଆ ନାଁ ଦର୍ଶାଉଛି ଯେ ଏହି ଭବନ ଏବେ କ୍ଷମତା ପ୍ରଦର୍ଶନର ନୁହେଁ, ବରଂ ଜନସେବାର କଙ୍କଳ୍ପର ପ୍ରତୀକ ହେବ ।

ଏହି ପରିବର୍ତ୍ତନ କେବଳ ପ୍ରଶାସନିକ ନୁହେଁ ବରଂ ସାଂସ୍କୃତିକ ଓ ନୀତିଗତ ମଧ୍ୟ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଗଭରନାନ୍ସକୁ କର୍ତ୍ତବ୍ୟ ଓ ଟ୍ରାନ୍ସପରେନ୍ସି ଦେଖାଇବା ପାଇଁ ନୂଆ ରୁପ ଦିଆଯାଇଛି । ପ୍ରତ୍ୟେକ ନାହିଁ, ପ୍ରତ୍ୟେକ ବିଲ୍ଡିଂ ଏବଂ ପ୍ରତୀକ ଏବେ ଏକ ଗୋଟିଏ କଥାକୁ ଇଙ୍ଗିତ କରୁଛି..ସରକାର ସେବା ପାଇଁ ହୋଇଥାଏ । ଏହା ପୂର୍ବରୁ ଦିଲ୍ଲୀର ରାଜପଥକୁ କର୍ତ୍ତବ୍ୟ ପଥ କରାଯାଇଥିଲା ।

ଏହି ପରିବର୍ତ୍ତନ ଦର୍ଶାଉଛି ଯେ କ୍ଷମତା ଏକ ଅଧିକାର ନୁହେଁ ବରଂ ଦାୟିତ୍ୱ ଅଟେ । ପ୍ରଧାନମନ୍ତ୍ରୀ ସରକାରୀ ଭବନର ନାଁ ୨୦୧ରେ ଲୋକ କଲ୍ୟାଣ ମାର୍ଗ ରଖାଯାଇଥିଲା । ଏପରି ଏକ ନାଁ ଯାହା ଲୋକ କଲ୍ୟାଣକୁ ସୂଚିତ କରେ, ସ୍ୱତନ୍ତ୍ରତାକୁ ନୁହେଁ । ଏହା ପ୍ରତ୍ୟେକ ନିର୍ବାଚିତ ସରକାରଙ୍କୁ ନିଜ ଦାୟିତ୍ୱକୁ ସ୍ମରଣ କରାଇଥାଏ ।