ତାଲାବିରା-୧ କୋଲ୍ ବ୍ଲକ୍‌ରେ ପୁଣି ପଶିଲା ସିବିଆଇ, ୨୨ ଜଣଙ୍କୁ ପଚରାଉଚରା ପାଇଁ ନୋଟିସ୍

NEWS7
gold-prices-rise-amid-tariff-war-between-us-and-china

ସମ୍ବଲପୁର ୩।୨: ସମ୍ବଲପୁରରେ ଦିଲ୍ଲୀ ସିବିଆଇ । ତାଲାବିରା-୧ କୋଲ ବ୍ଲକରେ ପୁଣି ପଶିଲା ସିବିଆଇ ଟିମ୍ । ଦୁର୍ନୀତି ଅଭିଯୋଗ ନେଇ ତନାଘନା କରିବ ସିବିଆଇ ।

ଦୀର୍ଘ ଦିନର ନୀରବତା ପରେ ପୁଣି ତଦନ୍ତ ଆରମ୍ଭ ପାଇଁ ଆସିଲା ସିବିଆଇ । କୋଇଲା ଖନନରେ ମେସର୍ସ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ଦୁର୍ନୀତି କରିଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ପୂର୍ବରୁ ମଧ୍ୟ ତଦନ୍ତ ହୋଇଥିଲା । ପୁଣି ଥରେ ସିବିଆଇ ଖିଣ୍ଡା ଆସି ୨୨ ଜଣଙ୍କୁ ପଚରାଉଚରା କରିବା ପାଇଁ ନୋଟିସ୍‌ କରିଛି । ୨୨୦/୨୦୨୪/ଇ୦୦୦୭ କେସ୍ ନମ୍ବର ସନ୍ଦର୍ଭରେ ଏହି ତଦନ୍ତ କରିବ ।

କୋଇଲା ଖନନରେ ଦୁର୍ନୀତି ନେଇ ପୂର୍ବରୁ ସିବିଆଇ, ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ, ଏନ୍‌ଜିଟି ବିଭିନ୍ନ ଦୁର୍ନୀତି ନିବାରଣ ସଂସ୍ଥାକୁ ଚିଠି ଲେଖି ଅଭିଯୋଗ କରିଥିଲେ ଅଞ୍ଚଳବାସୀ ।