Economic Survey 2025 : ଆସନ୍ତା ବର୍ଷ କମିବ ସୁନା ମୁଲ୍ୟ। ଅର୍ଥନୀତି ସର୍ଭେ ରିପୋର୍ଟରୁ ଏହି ଅନୁମାନ କରାଯାଇଛି। ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ଇକୋନୋମିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏଥିରେ ୨୦୨୫ରେ ସୁନା ମୂଲ୍ୟ ହ୍ରାସ ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି। ତେବେ ରୁପା ମୂଲ୍ୟ ବଢ଼ିପାରେ। କୋମିଡିଟି ମୂଲ୍ୟରେ ୨୦୨୫ରେ ୫.୧ ପ୍ରତିଶତ ଓ ୨୦୨୬ରେ ୧.୭ ପ୍ରତିଶତ ହ୍ରାସ ହେବାର ରିପୋର୍ଟରେ ଅନୁମାନ କରାଯାଇଛି।
ସର୍ଭେ ରିପୋର୍ଟ ଅନୁସାରେ, ମୂଲ୍ୟବାନ ମେଟାଲ ଓ ମିନେରାଲ୍ସ ମୂଲ୍ୟରେ ହ୍ରାସ ହେବାର ସମ୍ଭାବନା ରହିଛି। ମୂଲ୍ୟାବନ ମେଟାଲରେ ସୁନା ମୂଲ୍ୟ କମିବାର ସମ୍ଭାବନା ରହିଥିବା ବେଳେ ରୁପା ଦାମ ବଢ଼ିପାରେ ବୋଲି କୁହାଯାଉଛି। ଏହାର ମୁଖ୍ୟ କାରଣ ହେଉଛି ଲୁହା ଓ ତମ୍ବା ମୂଲ୍ୟରେ ହ୍ରାସ ହେବା। ଭାରତ ଦ୍ୱାରା ଆମଦାନୀ ହେଉଥିବା ସାମଗ୍ରୀର ମୂଲ୍ୟ ହ୍ରାସ ହେବା ଘରୋଇ ମୁଦ୍ରାସ୍ଫୀତି ଦୃଷ୍ଟିକୋଣରୁ ଏକ ସକାରାତ୍ମକ ବୋଲି କୁହାଯାଇଛି।
ଭାରତରେ ସୁନା ଆମଦାନୀ ବୃଦ୍ଧିର କାରଣ
ଅର୍ଥନୀତି ସର୍ଭେ ରିପୋର୍ଟ ଅନୁସାରେ, "ବିଶ୍ୱବ୍ୟାପୀ ଅନିଶ୍ଚିତତା ବୃଦ୍ଧି ଯୋଗୁ ବୈଦେଶିକ ମୁଦ୍ରା ଭଣ୍ଡାରରେ ଉଚ୍ଚ-ନୀଚ୍ଚ ହୋଇଛି। ୨୦୨୪ରେ ସୁନାର ବୁଲିଅନ ହୋଲ୍ଡିଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ସର୍ବାଧିକ ସ୍ତରରେ ପହଞ୍ଚି ଯାଇଛି। କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ସୁନା ସଞ୍ଚୟର ପରାମର୍ଶ, ବିଶ୍ୱରେ ମୂଲ୍ୟ ବୃଦ୍ଧି, ପ୍ରବଳ କିଣାବିକା, ଓ ଚାହିଦା ବୃଦ୍ଧି ଯୋଗୁ ଅଧିକ ସୁନା ଆମଦାନୀ କରାଯାଇଛି। ସୂଚନା ଥାଉକି, ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମାଦାନୀ ରାଷ୍ଟ୍ର।