ଝିରିପାଣି ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା, ବେଲଘର ରେଞ୍ଜର ନିଲମ୍ବିତ

NEWS7
gold-plated-ice-cream-video-goes-viral-internet

ବାଲିଗୁଡ଼ା ୨୦/୦୧: ବାଲିଗୁଡ଼ା ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା । ବେଲଘର ଡେପୁଟି ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ୱନ କଲେ DFO । ବନ ବିଭାଗର ବିଶେଷଜ୍ଞ ଟିମ୍ ଘଟଣାସ୍ଥଳକୁ ଯାଇ ସର ଜମିନ ତଦନ୍ତ କରିବ । ଗତ ଜାନୁଆରୀ ମାସ ୫ତାରିଖରେ ଝିରିପାଣି ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଅଭିଯୋଗ ହୋଇଥିଲା ।

ସୂଚନା ଥାଉକି, ହାତୀ ମୃତ୍ୟୁ ପରେ ମୃତଦେହ ଅନ୍ୟତ୍ର ଲୁଚାଇ ଚପାଇବାକୁ ରେଞ୍ଜର ଉଦ୍ୟମ କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା । ହାତୀ ମୃତ୍ୟୁ ପରେ ମୁଣ୍ଡୁଟି ଜଙ୍ଗଲରୁ ମୃତଦେହକୁ ଅନ୍ୟତ୍ର ନିଆଯାଇ ବେଲଘର ପଞ୍ଚାୟତର କାଡାପାନା ନର୍ସରୀରେ ଖଣ୍ଡ ବିଖଣ୍ଡିତ କରି ପୋତା ଯାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା । ବେଲଘର ରେଞ୍ଜର ବିନୟ କୁମାର ବିଶି ଘଟଣାକୁ ଚପାଇଦେବାକୁ ଉଦ୍ୟମ କରିଥିବା ନେଇ ତଦନ୍ତରୁ ବାଲିଗୁଡା ଡ଼ିଏଫଓ ଘନଶ୍ୟାମ ମହନ୍ତ ସ୍ପଷ୍ଟ ହୋଇଥିଲେ । ତଦନ୍ତ ପରେ ବେଲଘର ରେଞ୍ଜର ବିନୟ କୁମାର ବିଶି ଙ୍କୁ ନିଲମ୍ବିତ କରାଯାଇଛି ।