ଏଲନ ମସ୍କ ଖୋଜୁଛନ୍ତି ହିନ୍ଦୀ କହୁଥିବା ଲୋକ, ବାହାର କରିଛନ୍ତି vacancy

NEWS7
gold-looted-from-an-woman-in-choudwar-case-two-arrested-by-police

ନୂଆଦିଲ୍ଲୀ ୧୯।୧: ଆପଣ କେବେ ଏଲନ ମସ୍କଙ୍କ କମ୍ପାନୀରେ କାମ କରିବାକୁ ସ୍ୱପ୍ନ ଦେଖିଛନ୍ତି କି ଓ ତାହାବି ବିନା କୌଣସି ଟେକ୍ନିକାଲ ଡିଗ୍ରିରେ? ଯଦି ଆପଣଙ୍କର ହିନ୍ଦୀ ଅଥବା ବେଙ୍ଗଲୀ ଭାଷାରେ ଦକ୍ଷତା ଅଛି ତେବେ ଏହି ସ୍ୱପ୍ନ ସତ ହୋଇପାରେ। ଏଲନ ମସ୍କଙ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ କମ୍ପାନୀ xAI ତାର ଚାଟବୋଟ୍ ‘ଗୋର୍କ’କୁ ଦେଶୀ ଅନ୍ଦାଜ ଶିଖାଇବାକୁ ଲୋକ ଖୋଜୁଛି। ଏହା ନା କେବଳ ଉପାର୍ଜନ ପାଇଁ ଏକ ସୁଯୋଗ ବରଂ ଭବିଷ୍ୟତ ଟେକ୍ନୋଲଜିର ଅଂଶବିଶେଷ ହେବାକୁ ଏକ ସୁବର୍ଣ୍ଣ ଅବସର।

କମ୍ପାନୀ ଚାହୁଁଛି ତାର AI ପଡୋଶୀ ବା ବନ୍ଧୁ ଭଳି କଥା ହେଉ ଓ ଏଥି ପାଇଁ ମସ୍କ ଆପଣଙ୍କୁ ଆବଶ୍ୟକ କରୁଛନ୍ତି। ମସ୍କଙ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ ନେଟିଭ ଲାଙ୍ଗୁଏଜ୍ ସ୍ପିକରଙ୍କ ଲାଗି ଆପ୍ଲିକେସନ ଓପନ କରିଛି, ଯାହାଦ୍ୱାରା ଏହାର କନଭର୍ସେସନଲ ଏଆଇ ଗ୍ରୋକକୁ ପ୍ରଶିକ୍ଷିତ କରିବାରେ ସାହୟତା କରିପାରିବ। ଉଦ୍ଦେଶ୍ୟ ହେଉଛି ଗ୍ରୋକ ହିନ୍ଦୀ ଓ ବଙ୍ଗାଳୀ ଭଳି ଦୁଇ ପ୍ରମୁଖ ଭାରତୀୟ ଭାଷା ସମେତ ଅନେକ ଭାଷାକୁ ଅଧିକ ପ୍ରାକୃତିକ ରୂପେ ବୁଝି ପାରୁ ଓ କହି ପାରୁ। ତେବେ ସବୁଠୁ ଭଲ କଥା ଯାହା ତାହା ହେଉଛି ଏଥି ପାଇଁ ଆପଣଙ୍କୁ କୋଡିଂ ଅଥବା ଏଆଇରେ କୌଣସି ଅଭିଜ୍ଞତାର ଆବଶ୍ୟକତା ନାହିଁ।

ଜବ ପୋଷ୍ଟିଂକୁ ଏକ୍ସ ରେ ଆୟୁଷ ଜୟସ୍ୱାଲ ସେୟାର କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ xAI ନେଟିଭ ଲାଙ୍ଗୁଏଜ ସ୍ପିକରଙ୍କୁ ଅଧିଗ୍ରହଣ କରୁଛି। ତାଙ୍କ ପୋଷ୍ଟ ଅନୁସାରେ କମ୍ପାନୀ ବର୍ତ୍ତମାନ ଋଷୀୟ, ଆରବିକ୍, ମାନ୍ଦାରିନ, ଇଣ୍ଡୋନେସିୟାନ, ହିନ୍ଦୀ ଓ ବେଙ୍ଗଲୀ ଭାଷାରେ ଫ୍ଲୁଏଣ୍ଟ ସ୍ପିକରଙ୍କୁ ଖୋଜୁଛି। xAI ସହିତ କାମ କରିବା ଓ ଗ୍ରୋକକୁ ପ୍ରଶିକ୍ଷିତ କରିବାରେ ସହାୟତା ଲାଗି ଆବେଦନ କରିବା ବେଶ୍ ସରଳ। କମ୍ପାନୀ ଏକ ଅନାଲଇନ ଟାଇପ୍ ଫର୍ମ ସେୟାର କରିଛି। ଆଗ୍ରହୀ ଆବେଦନକାରୀ ଏଠାରେ ରେଜିଷ୍ଟ୍ରେସନ କରିପାରିବେ।

ଆବେଦନ କରିବା ପାଇଁ ଆପଣଙ୍କୁ ଏକ୍ସ (ପୂର୍ବର ଟ୍ୱିଟର) ପୋଷ୍ଟରେ ଲିଂକ କରାଯାଇଥିବା x AI ମଲ୍ଟି ଲିଙ୍ଗୁଆଲ ଟ୍ୟୁଟର ଇଣ୍ଟରେଷ୍ଟ ଫର୍ମକୁ ଯିବାକୁ ପଡିବ। ସେଠାରେ ଆପଣଙ୍କୁ ଆପଣଙ୍କ ନାମ, ଲାଙ୍ଗୁଏଜ ପ୍ରୋଫିସେନ୍ସି ଓ କଣ୍ଟାକ୍ଟ ଇନଫର୍ମେସନ ଭଳି ମୌଳିକ ସୂଚନା ଦେବାକୁ ପଡିବ। ପୋଷ୍ଟ ଅନୁସାରେ ମନୋନୀତ ଆବେଦନକାରୀଙ୍କୁ ଗ୍ରୋକକୁ ମେଣ୍ଟର କରିବାର ଅବସର ମିଳିବ, ଯହା ଏଆଇ ମଡେଲକୁ ନେଟିଭ କନଭର୍ସେସନର ବିଭିନ୍ନ କୌଶଳ, ଟୋନ ଓ ଏକ୍ସପ୍ରେସନ ଶିଖାଇବାରେ ସହାୟତା କରିବ।