ମୁରାଦାବାଦ : ୟୁପିର ମୁରଦାବାଦରେ ଦିଲ୍ଲୀ-ଲକ୍ଷ୍ନୌ ହାଇୱେରେ ପୁଲିସ ଦୁର୍ବୃତ୍ତଙ୍କ ଠାରୁ ଯେଉଁ ଚାରି ଜଣ ଯୁବକଙ୍କୁ ଛଡ଼େଇ ଥିଲା, ତାଙ୍କର ପେଟରେ ସୁନା ଥିବାର ଶନିବାର ସ୍ପଷ୍ଟ ହୋଇଛି। ଉଲ୍ଲେଖନୀୟ ଯେ ଶୁକ୍ରବାର ଦୁବାଇ ଓ ସାଉଦୀରୁ ଫେରିଥିବା ୬ଜଣ ଯୁବକ ଓ କାର ଚାଳକଙ୍କ ଅପହରଣ ହୋଇଥିଲା, ଯାହାକୁ ପୁଲିସ ଏନକାଉଣ୍ଟର ପରେ ଉଦ୍ଧାର କରିଥିଲା।
ଏପଟେ , ଜିଲ୍ଲା ହସ୍ପିଟାଲରେ ବିଳମ୍ୱିତ ରାତିରେ ପୁଲିସ ଓ ଡାକ୍ତରଙ୍କ ଟିମ୍ ଯୁବକଙ୍କ ପେଟରୁ ୯ଟି କ୍ୟାପସୁଲ ବାହାର କରିଛନ୍ତି। ଏବେ ପୁଲିସ ଏହି ରହସ୍ୟର ସମାଧାନ କରିବାରେ ଲାଗିଛି ଯେ, ଏହି ଯୁବକ କଷ୍ଟମକୁ ଚକମା ଦେଇ କେମିତି ଆସିଲେ ? ରାମପୁରର ଟାଣ୍ଡା ଥାନା କ୍ଷେତ୍ରରେ ରହୁଥିବା ନାଭେଦ ଓ ଜାହିଦ୍ ସାଉଦୀରୁ ଓ ଶାନେ ଆଲମ , ମୁତଲ୍ଲିବ , ଅଜରୁଦ୍ଦିନ , ଜୁଲ୍ଫିକାର ଦୁବାଇରୁ ଶୁକ୍ରବାର ଦିଲ୍ଲୀ ଏୟାରପୋର୍ଟରୁ ଘରକୁ ଫେରି ଥିଲେ। ମୁଣ୍ଢାପାଣ୍ଡେ ଥାନା ଅଞ୍ଚଳରେ ପୁରୁଣା ଟୋଲ୍ ପାଖରେ ୫-୬ ଜଣ ଦୁର୍ବୃତ୍ତ ଓଭର ଟେକ୍ କରି ୬ଜଣ ଯୁବକ ଓ ଚାଳକକୁ ଅପହରଣ କରି ନେଇ ଥିଲେ। ଦୁର୍ବୃତ୍ତ ସମସ୍ତଙ୍କୁ ମୁଣ୍ଢାପାଣ୍ଡେ ଥାନା କ୍ଷେତ୍ରର ରୋଣ୍ଡାଝୋଡା ଚୌକ୍ କ୍ଷେତ୍ରର ଭୟା ନଗଲାର ନିକଟରେ ଫାର୍ମ ହାଉସ୍ ନିକଟକୁ ନେଇ ଯାଇଥିଲେ। ସେତେବେଳେ ଚାଳକ ଜୁଲ୍ଫେକାର ଫେରାର ହେବାରେ ସଫଳ ହୋଇ ଥିଲେ ଏବଂ ଗ୍ରାମୀବାସୀଙ୍କୁ ଓ ପୁଲିସକୁ ସୂଚନା ଦେଇ ଥିଲେ। ପରେ ପୁଲିସ ଓ ଗ୍ରାମବାସୀମାନେ ଘେରାବନ୍ଦୀ କରି ଦୁର୍ବୃତ୍ତ ବନ୍ଧକଙ୍କୁ ଛାଡ଼ି ଫେରାର ହୋଇ ଯାଇ ଥିଲେ। ପୁଲିସ ଦୁଇ ଦୁର୍ବୃତ୍ତଙ୍କୁ ଏନକାଉଣ୍ଟର ପରେ ଗିରଫ କରି ଥିଲା।
ଏସପି ସିଟି କୁମାର ରଣବିଜୟ ସିଂହ କହିଛନ୍ତି ଯେ , ଏହି ଚାରି ଜଣ ଯୁବକ ଦୁବାଇରୁ ପୂର୍ବରୁ ମୁମ୍ୱାଇ ଏୟାରପୋର୍ଟରେ ପହଞ୍ଚି ଥିଲେ। ସେଠାରୁ ଫ୍ଲାଇଟ୍ ନେଇ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ସମୟରେ ସାଉଦୀ ଆରବରୁ ନାଭେଦ ଓ ଜାହିଦ ସିଧା ବିମାନ ଯୋଗେ ଦିଲ୍ଲୀରେ ଓହ୍ଲାଇ ଥିଲେ। ସବୁ ଛଅ ଜଣ ଯୁବକ ଟାଣ୍ଡାର ହିଁ ଥିଲେ ଏବଂ ଟାଣ୍ଡାର ଚାଳକ ଜୁଲଫେକାର କାର ନେଇ ତାଙ୍କୁ ଭେଟି ଥିଲେ। ଏଥିପାଇଁ ଗୋଟିଏ ହିଁ କାର୍ରେ ପୁଣି ଟାଣ୍ଡା ଫେରୁ ଥିଲେ। ସେତେବେଳେ ତାଙ୍କର ଅପହରଣ ହୋଇ ଥିଲା।
ଏସଏସପି ଓ ଏସପି ସିଟିର ନିର୍ଦ୍ଦେଶରେ କରାଯାଇ ଥିବା ଏକ୍ସରେରେ ଦୁବାଇରୁ ଫେରୁଥିବା ମୁତଲ୍ଲିବ , ଶାନେ ଆଲମ , ଅଜରୁଦ୍ଦିନ ଓ ଜୁଲଫିକାରଙ୍କର ପେଟରେ ମେଟାଲ ଡିଟେକ୍ସ ହେଲ। ପୁଲିସର କହିବାନୁସାରେ , ଏହି ମେଟଲ ସୁନାର। ପୁଲିସ କଷ୍ଟମ ବିଭାଗ ସହ ମଧ୍ୟ ସଂପର୍କ କରିଛି । ଯାହା ସାହାଯ୍ୟରେ ଆଗାମୀ କାର୍ଯ୍ୟାନୁଷ୍ଠାନ କରାଯିବ।