ହିଲାରୀ କ୍ଲିଣ୍ଟନଙ୍କୁ ନୀତା ଓ ମୁକେଶ ଅମ୍ବାନୀଙ୍କ ଜୋରଦାର ସ୍ୱାଗତ, ଆଣ୍ଟିଲିଆରେ ବିତାଇଲେ ଅପରାହ୍ନ

NEWS7
gold-creates-history-hits-rs-1-lakh-mark-for-the-first-time-riding-on-dollar-weakness

ମୁମ୍ବାଇ ୨୦।୨: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ତଥା ପ୍ରବନ୍ଧ ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ତଥା ରିଲାଏନ୍ସ ଫାଉଣ୍ଡେସନର ଫାଉଣ୍ଡର ଚେୟାରମ୍ୟାନ ନୀତା ଅମ୍ବାନୀ ଶୁକ୍ରବାର ଅପରାହ୍ନରେ ତାଙ୍କ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିୟାରେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ହିଲାରୀ କ୍ଲିଣ୍ଟନଙ୍କୁ ସ୍ୱାଗତ କରିଛନ୍ତି। ହିଲାରୀ କ୍ଲିଣ୍ଟନଙ୍କ ସହିତ ଅମ୍ବାନୀ ପରିବାର ଅପରାହ୍ନକୁ ବନ୍ଧୁତା, ସାଂସ୍କୃତିକ ଆଦାନ ପ୍ରଦାନ ଓ ଭବିଷ୍ୟତ ଚର୍ଚ୍ଚାରେ କଟାଇଛନ୍ତି। ଏହି ଅବସରରେ ନୀତା ଓ ମୁକେଶ ଅମ୍ବାନୀଙ୍କ ସହ ତାଙ୍କ ଝିଅ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ନିର୍ଦ୍ଦେଶିକା ଇଶା ଅମ୍ବାନୀ ମଧ୍ୟ ଉପସ୍ଥିତ ଥିଲେ।

କ୍ଲିଣ୍ଟନଙ୍କ ସ୍ୱାଗତରେ ଆଣ୍ଟିଲିଆରେ ଲାଇଭ ସଂଗୀତ ସହ ଏକ ଛୋଟ ପାର୍ଟି ଆରମ୍ଭ ହୋଇଥିଲା। ଅମ୍ବାନୀ ପରିବାର ଓ କ୍ଲିଣ୍ଟନଙ୍କ ସାକ୍ଷାତ ଆଲୋଚନା ବେଶ୍ ମନୋରମ ଥିଲା, ଏହି କାର୍ଯ୍ୟକ୍ରମର ଛବି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କ୍ଲିଣ୍ଟନଙ୍କ ସହିତ ଏହି ସାକ୍ଷାତ ଆଲୋଚନା ମୁମ୍ବାଇ କ୍ଲାଇମେଟ ୱିକ୍ ପୂର୍ବରୁ ଅନୁଷ୍ଠିତ ହୋଇଛି। ଏଥିରେ କ୍ଲିଣ୍ଟନ ଭାରତୀର ଜଳବାୟୁ ନବସୃଜନ ଗ୍ରହଣୀୟତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଅବସରରେ ହିଲାରୀ କ୍ଲିଣ୍ଟନ ତାଙ୍କବୈଦେଶିକ ମନ୍ତ୍ରୀତ୍ୱ କାଳର ସ୍ମୃତିଚାରଣ କରିଥିଲେ। ସେତେବେଳେ ସେ ଭାରତରେ ସ୍ୱଚ୍ଛ ରୋଷେଇ ଯୋଜନା ଆରମ୍ଭ କରିଥିଲେ ବୋଲି କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସେ ଲୋକଙ୍କୁ ଶସ୍ତା ଓ ଭଲ ଚୁଲା ଯୋଗାଇ ଦେବାକୁ ଗୁରୁତ୍ୱ ଦେଇଥିଲେ, ଯାହାଦ୍ୱାରା ଘରେ ଧୂଆଁ କମ୍ ଓ ସ୍ୱାସ୍ଥ୍ୟ ଭଲ ରହିପାରିବ। ସେ କହିଛନ୍ତି ଯେ ହୁଏତ ଏହା ଏକ ଛୋଟ କଥା ମନେ ହୋଇପାରେ, ହେଲେ ଏହାର ବହୁତ ବଡ଼ ପ୍ରଭାବ ରହିଛି। ସେ କହିଛନ୍ତି ଯେ ଏହିଭଳି ଛୋଟଛୋଟ କାମ ଲୋକଙ୍କ ଜୀବନ ବଞ୍ଚାଇ ପାରିବ ଓ ସାରା ବିଶ୍ୱକୁ ବ୍ୟାପ୍ତ ହୋଇ ପାରିବ। ଉଲ୍ଲେଖଯୋଗ୍ୟ ଯେ ହିଲାରୀ କ୍ଲିଣ୍ଟନ ଓ ଅମ୍ବାନୀ ପରିବାର ମଧ୍ୟରେ ମଧୁର ସମ୍ପର୍କ ରହିଛି। ଅମ୍ବାନୀ ପରିବାରର ପାରିବାରିକ କାର୍ଯ୍ୟକ୍ରମରେ ମଧ୍ୟ ହିଲାରୀ ଅତୀତରେ ଯୋଗ ଦେଇଛନ୍ତି। ୨୦୧୮ ମସିହାରେ ଇଶା ଅମ୍ବାନୀଙ୍କ ପ୍ରି-ୱେଡିଂ ପାର୍ଟିରେ ହିଲାରୀ କ୍ଲିଣ୍ଟନ ଯୋଗଦେଇ ବେଶ୍ ଚର୍ଚ୍ଚା ସାଉଣ୍ଟିଥିଲେ।