ବାଲିଯାତ୍ରା ୨୦୨୫
LIVE TV

ଦିଲ୍ଲୀରେ ଆତଙ୍କ ଖେଳାଇଲା ଆଉ ଏକ ସନ୍ଦିଗ୍ଧ କାର, କିନ୍ତୁ...

NEWS7
gold-chain-and-12-thousand-looted-from-youth-in-soro-colege-square

ନୂଆଦିଲ୍ଲୀ, ୧୧|୧୧: ନୂଆଦିଲ୍ଲୀ କାର ବିସ୍ଫୋରଣକୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଏବେବି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି । କାରରେ ବିସ୍ଫୋରଣ ପରେ ମଙ୍ଗଳବାର ପୁଣି ଏକ ସନ୍ଦିଗ୍ଧ କାରକୁ ଦେଖିଥିଲେ ଲୋକେ । ପୋଲିସକୁ ଖବର ଦେଇଥିଲେ । ପୋଲିସ ତଦନ୍ତ କରିବା ପରେ ସତ ସାମ୍ନାକୁ ଆସିଥିଲା ।

ମଙ୍ଗଳବାର ଦକ୍ଷିଣ ଦିଲ୍ଲୀରେ ସନ୍ଧ୍ୟା ୬ଟା ବେଳେ ଏକ ଅଲଟ୍ରୋଜ୍ କାର୍ ପାର୍କିଂ ହୋଇଥିଲା । ଏନେଇ ଜଣେ ବ୍ୟକ୍ତି ପୋଲିସକୁ ଖବର ଦେଇଥିଲେ । କାରଟି ଗତ ରାତିରୁ ସେଠାରେ ପାର୍କିଂ ହୋଇଥିବା ନେଇ ଖବର ମିଳିଥିଲା । ଏହାସହ କାର ଭିତରେ କିଛି ବ୍ୟାଗ ଥିବା ପୋଲିକକୁ ବ୍ୟକ୍ତି ଜଣଙ୍କ କହିଥିଲେ । ପ୍ରଥମେ ଏହା ଆତଙ୍କବାଦୀଙ୍କ କିଛି ଷଡଯନ୍ତ୍ର ବୋଲି ପୋଲିସ ଭାବିଥିଲା ।

ସୂଚନା ମିଳିବା ପରେ ଲାଜପତନଗର ଏସିପି ଟିମକୁ ଧରି ସନ୍ଦିଗ୍ଧ କାର ପାଖରେ ପହଁଚିଥିଲେ । ଏପରିକି ସେହି ଅଞ୍ଚଳରେ ପୋଲିସ ବ୍ୟାରିକେଡ୍ ଲଗାଇ ଦେଇଥିଲା । ତେବେ ଏହି କାରର ମାଲିକ ଜଣେ ସ୍ଥାନୀୟ ଓକିଲ ବୋଲି ଜଣାପଡିଛି । କାରରେ କୌଣସି ବୋମା ନଥିବା ସ୍ପଷ୍ଟ ହୋଇଥିଲା ।

ପୋଲିସର କଗିବାନୁସାରେ, ଆଇନଜୀବୀଙ୍କ ଶଶୁର ଜମ୍ମୁ-କାଶ୍ମୀରରୁ ସୋମବାର ରାତିରେ ଆସିଥିଲେ । କାରର ବ୍ୟାକ୍ ସିଟରେ ଚାରୋଟି ବ୍ୟାଗ୍ ରଖିଥିଲେ । ବ୍ୟାଗରେ ତାଙ୍କର କିଛି ବ୍ୟକ୍ତିଗତ ସାମଗ୍ରୀ ଥିଲା । କିନ୍ତୁ କୌଣସି ବୋମା ଏବଂ ବିସ୍ଫୋରକ ନଥିଲା । କୌଣସି ଅଘଟଣକୁ ରୋକିବା ପାଇଁ ବମ୍ ସ୍କ୍ବାର୍ଡକୁ ଡକାଯାଇଥିଲା । ସେମାନେ ମଧ୍ୟ କିଛି ପାଇନଥିଲେ ।

ତେବେ ପୋଲିସକୁ କଲ କରିଥିବା ବ୍ୟକ୍ତିଙ୍କୁ ପ୍ରଶଂସା କରାଯାଇଛି । ଆଖପାଖରେ କୌଣସି ସନ୍ଦିଗ୍ଦ ଗତିବିଧି ଲକ୍ଷ୍ୟ କଲେ ତୁରନ୍ତ ଖବର ଦେବାକୁ ଲାଜପତନଗର ଏସିପି ନିବେଦନ କରିଛନ୍ତି ।