ସପ୍ତାହରେ ସୁନା ୧ ହଜାର ଟଙ୍କା ବୃଦ୍ଧି, ରୁପା ବଢ଼ିଛି ୩ ହଜାରରୁ ଅଧିକ

Published By : Prameya-News7 Bureau | March 08, 2025 IST

ନୂଆଦିଲ୍ଲୀ: ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ବୃଦ୍ଧି ଘଟିଛି। ସୁନାରେ ୧ ହଜାର ଟଙ୍କା ବୃଦ୍ଧି ହୋଇଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ଗତ ସପ୍ତାହର ଶେଷ ବ୍ୟବସାୟ ଦିବସ ଅର୍ଥାତ୍ ଶୁକ୍ରବାର (୨୮ ଫେବୃଆରୀ) ରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟରେ ୧,୦୦୩ ଟଙ୍କା ବୃଦ୍ଧି ପାଇଛି। ଗତ ସପ୍ତାହରେ ସୁନା ୮୫,୦୫୬ ଟଙ୍କା ଥିବା ବେଳେ ଶୁକ୍ରବାର ସୁଦ୍ଧା ଏହା ବଢ଼ି ୮୬,୦୫୯ ଟଙ୍କା ହୋଇଛି।

ସେହିଭଳି ରୂପା ମୂଲ୍ୟ କିଲୋଗ୍ରାମ ପିଛା ୩,୨୪୪ ଟଙ୍କା ବୃଦ୍ଧି ପାଇ ୯୬,୭୨୪ ଟଙ୍କାରେ ପହଞ୍ଚିଛି। ଫେବୃଆରୀ ୨୮ ତାରିଖରେ ଏହା ୯୩,୪୮୦ ଟଙ୍କା ପ୍ରତି କିଲୋଗ୍ରାମ ଥିଲା। ତେବେ ଏହା ପୂର୍ବରୁ ମଧ୍ୟ ରୂପା ୨୩ ଅକ୍ଟୋବର ୨୦୨୪ରେ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଯେତେବେଳେ ଏହା କେଜି ୯୯,୧୫୧ ଟଙ୍କା ହୋଇଥିଲା।

ପଢନ୍ତୁ- ଚାହିଦା ହ୍ରାସ ଓ କଡ଼ା ପ୍ରତିଯୋଗିତା ଯୋଗୁ ଆର୍ଥିକ ବର୍ଷ ୨୦୨୫ରେ ୭ % କମିଲା ସିମେଣ୍ଟ ଦାମ୍

ଜାନୁଆରୀ ୧ରୁ ଏପର୍ଯ୍ୟନ୍ତ ୯,୮୯୭ ଟଙ୍କା ମହଙ୍ଗା ହେଲାଣି ସୁନା

ଚଳିତ ବର୍ଷ, ଜାନୁଆରୀ ୧ ରୁ ଏପର୍ଯ୍ୟନ୍ତ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟରେ ୯,୮୯୭ ଟଙ୍କା ବୃଦ୍ଧି ପାଇଲାଣି। ସେହିପରି ରୂପାର ମୂଲ୍ୟରେ ମଧ୍ୟ କେଜି ୮୬,୦୧୭ ଟଙ୍କାରୁ ୧୦,୭୦୭ ଟଙ୍କା ବୃଦ୍ଧି ପାଇ ୯୬,୭୨୪ ଟଙ୍କାରେ ପହଞ୍ଚିଲାଣି। ଗତ ବର୍ଷ ଅର୍ଥାତ୍ ୨୦୨୪ ମସିହାରେ ସୁନା ୧୨,୮୧୦ ଟଙ୍କା ମହଙ୍ଗା ହୋଇଥିଲା।ତେବେ ଚଳିତ ବର୍ଷ ସୁନା ୯୦ ହଜାର କି ଏକ ଲକ୍ଷ ହୋଇପାରେ ବୋଲି କୁହାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.