ଶୀତୁଆ ସଂଧ୍ୟାରେ ଜମୁଛି ଗୋକୁଳାଷ୍ଟମୀ ମହୋତ୍ସବ, କଂସ ଦରବାରରେ ଦର୍ଶକଙ୍କ ଭିଡ

Published By : Prameya-News7 Bureau | December 11, 2024 IST

ବିନିକା ୧୧/୧୨: ସୁବର୍ଣ୍ଣପୁର ବିନିକା ବ୍ଲକ ଫୁଲମୁଠି ଠାରେ ଜାକଜକମରେ ଚାଲିଛି ଗୋକୁଳାଷ୍ଟମୀ ମହୋତ୍ସବ । ବୁଧବାର ଠାରୁ ଆରମ୍ଭ ହୋଇଛି କଂସ ଦରବାର । ୭ ଦିନ ଧରି ଗୋକୁଳାଷ୍ଟମୀ ମହୋତ୍ସବରେ ଜମିବ କଂସ ଦରବାର । ବିନିକା ଥାନା ଅଧିକାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉତ୍ସବର ଉଦ୍‌ଘାଟନ କରିଥିଲେ । କଂସ ଭୂମିକାରେ ଅଭିନୟ କରୁଥିବା ଗୋପାଳ ପଣ୍ଡାଙ୍କ ଅଭିନୟ ସମସ୍ତଙ୍କ ମନ ମୋହୁଛି ।ଶୀତୁଆ ରାତିରେ କଂସ ଦରବାର ସମ୍ମୁଖରେ ଲୋକଙ୍କ ଭିଡ ଲାଗିଛି ।  ମୀନାବଜାର ବୁଲିବା ସହ ଦୋଳି ଖେଳି ମଜା ନେଉଛନ୍ତି କୁନି କୁନି ପିଲା । କଂସ ଦରବାରରେ ନୃତ୍ୟ ଗୀତ  ସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଛି ।


  • subarnapur
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.