ଅଭାବନୀୟ ! ପ୍ରେମିକଙ୍କ ବାଇକ୍‌ରୁ ଖସିପଡି ଚାଲିଗଲା ପ୍ରେମିକାଙ୍କ ଜୀବନ

Published By : Prameya-News7 Bureau | July 17, 2025 IST

ବାଲିଗୁଡା ୧୭୭: ଅସାବଧାନତା ଗାଡି ଚାଳନାରୁ ଚାଲିଗଲା ମୂଲ୍ୟବାନ ଜୀବନ l ପ୍ରେମିକଙ୍କ ବାଇକ୍‌ରୁ ଖସି ପ୍ରେମିକାଙ୍କ ମୃତ୍ୟୁ ଘଟିଛି l କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ୫୯ ନମ୍ବର ଜାତୀୟ ରାଜପଥର ସୀତାପଡି ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା ।


ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ୫୯ ନମ୍ବର ଜାତୀୟ ରାଜପଥ ସୀତାପଡି ନିକଟରେ ଜଣେ ଯୁବକ ଦ୍ରୁତ ଗତିରେ ବାଇକ୍ ଚଳାଉଥିବା ବେଳେ ଅଘଟଣ । ବାଇକ୍‌ରୁ ଖସି ପଡ଼ିଲେ ପ୍ରେମିକା l ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ତାଙ୍କ ପ୍ରେମିକ ଓ ସ୍ଥାନୀୟ ଲୋକ ବାଲିଗୁଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି l ମୃତ ଛାତ୍ରୀ ଜଣକ କୋଟଗଡ଼ ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି l ଛାତ୍ରୀ ଜଣଙ୍କ ଫୁଲବାଣୀରେ ପାଠ ପଢ଼ୁଥିବା ବେଳେ ଗୁରୁବାର ଗାଁକୁ ଆସୁଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ l କିନ୍ତୁ ଫୁଲବାଣୀରୁ ବସ୍ ଯୋଗେ ବାଲିଗୁଡା ଆସିବା ପରେ ବସ୍‌ଷ୍ଟାଣ୍ଡରୁ ନିଜ ଗାଁକୁ ଯାଇ ନଥିଲେ l ବେଲଘର ଥାନା ଅଞ୍ଚଳର ପ୍ରେମିକଙ୍କ ସହ ବାଇକ୍‌ରେ ଯାଉଥିବା ବେଳେ ଖସିପଡି ପ୍ରାଣ ହରାଇଛନ୍ତି ଛାତ୍ରୀ l 

ତେବେ ଏଭଳି ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ମୃତ ଛାତ୍ରୀଙ୍କ ପରିବାର ଲୋକ l ଏହାସହ ପ୍ରେମିକଙ୍କୁ ମଧ୍ୟ ପରିବାର ଲୋକ ଜାଣିନଥିବା ସ୍ପଷ୍ଟ କରିଛନ୍ତି l ପ୍ରେମିକ ଛାତ୍ରଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି ବାଲିଗୁଡା ପୋଲିସ l

You Can Read:

ରାଜଧାନୀରେ ମାଳମାଳ ବୋର୍ଡ଼, କୋଟି କୋଟି ରାଜସ୍ୱ ହରାଉଛି ବିଏମିିସି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.