ସରକାରଙ୍କ ବଡ଼ ନିଷ୍ପତ୍ତି: MNREGAର ନାଁ ବଦଳି ହେବ ‘ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା’

NEWS7
giridih-horrific-accident-six-people-died-after-scorpio-collided

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ରୋଜଗାର ସହ ଜଡ଼ିତ ଦେଶର ସର୍ବବହୃତ ଯୋଜନା ମନରେଗାକୁ ନୂଆ ରୂପ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମର ନାଁ ପରିବର୍ତ୍ତନ କରୁଥିବା ବିଲ୍‌କୁ ମଞ୍ଜୁରୀ ଦେଇଛନ୍ତି । ସରକାରଙ୍କ ମତରେ ଏହି ପରିବର୍ତ୍ତନ ଗ୍ରାମାଞ୍ଚଳରେ ରୋଜଗାର ଓ ବିକାଶକୁ ନୂଆ ଦିଗ ଦେବା ପାଇଁ କରାଯାଇଛି । ସୂତ୍ର ଅନୁସାରେ ଯୋଜନାର ନୂଆ ନାଁ ‘ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା’ ମହାତ୍ମା ଗାନ୍ଧୀଙ୍କ ଗ୍ରାମୀଣ ସ୍ୱାବଲମ୍ୱୀର ବିଚାରଧାରାକୁ ଦର୍ଶାଇବା ପାଇଁ ରଖାଯାଇଛି ।

ମନରେଗା ଅଧିନରେ ଗ୍ରାମୀଣ ପରିବାରର ବୟସ୍କ ସଦସ୍ୟଙ୍କୁ କାମର ଦାବି କରିପାରିବେ । ପଞ୍ଚାୟତ ସ୍ତରରେ ରୋଜଗାର ଉପଲବ୍ଧ କରାଯାଏ । କାମ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଯେପରି କି ପୋଖରୀ ଖୋଳିବା, ରାସ୍ତା ମରାମତି କରିବା, ନାଳ କରିବା, ମାଟି କାମ ଓ ଅନ୍ୟ ସାମୁହିକ କାମ । ଗ୍ରାମାଞ୍ଚଳରେ ଏହି ଯୋଜନା ରୋଜଗାର ଦେବା ଓ ଆଜୀବିକାକୁ ସୁରକ୍ଷିତ କରିବାର ଏକ ବଡ଼ ମଧ୍ୟ ରୂପେ କାମ କରୁଛି ।

ସରକାରୀ ସୂତ୍ର ଅନୁସାରେ ଗ୍ରାମାଞ୍ଚଳରେ ଦରବୃଦ୍ଧି ଓ ନିଯୁକ୍ତି ହ୍ରାସକୁ ଦେଖି କାର୍ଯ୍ୟଦିବସକୁ ୧୨୫ ଦିନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସରକାର ଚାହୁଁଛନ୍ତି ଯେ ଗାଁରେ ରହୁଥିବା ପରିବାରକୁ ଅତିରିକ୍ତ କାମ ମିଳୁ, ଫଳରେ ସେମାନଙ୍କ ଆମଦାନୀ ବଢିବ ଓ ଦାଦନ ସମସ୍ୟା ଦୂର ହୋଇପାରିବ ।

କ୍ୟାବିନେଟ୍ ମଞ୍ଜୁରୀ ପରେ ଏବେ ଏହି ବିଲକୁ ସଂସଦରେ ଉପସ୍ଥାପନ କରାଯିବ । ବିଧେୟକ ପାରିତ ହେବା ପରେ ଆଇନରେ ପରିବର୍ତ୍ତନ ହେବ । ସୂଚନା ଅନୁସାରେ ଏହି ଯୋଜନାର ନିୟମରେ ବି ସଂଶୋଧନ ହେବ, ଫଳରେ ନୂଆ ନାଁ ଓ କାମର ଦିନକୁ ଆନୁଷ୍ଠାନିକ ରୂପେ ଲାଗୁ କରାଯିବ । ବିଶେଷଜ୍ଞଙ୍କ ମତରେ ଅତିରିକ୍ତ ୨୫ ଦିନର ରୋଜାଗର ଗରିବ ପରିବାରକୁ ଆଶ୍ୱସ୍ତି ପ୍ରଦାନ କରିବ ।