ଏଜବାଷ୍ଟନ: ଏଜବାଷ୍ଟନ ଟେଷ୍ଟରେ ଭାରତୀୟ ବ୍ୟାଟରଙ୍କ ରାଜୁତି। ଇଂଲଣ୍ଡକୁ ୬୦୮ ରନର ବିଶାଳ ଟାର୍ଗେଟ୍ ଦେଲା ଭାରତ। ଦ୍ଵିତୀୟ ଇନିଂସରେ ଭାରତ ୬ ଓ୍ଵିକେଟ୍ ହରାଇ ୪୨୭ ରନ କରିବା ସହ ପ୍ରଥମ ଇନିଂସରେ ୧୮୦ ରନ ଅଗ୍ରଣୀ ଆଧାରରେ ଘରୋଇ ଦଳକୁ ୬୦୮ ରନର ବିଶାଳ ଟାର୍ଗେଟ୍ ଦେଇଛି। ଅଧିନାୟକ ଶୁଭମନ ଗିଲ୍ଙ୍କ ୧୬୧ ରନ ବଳରେ ଭାରତ ଦ୍ଵିତୀୟ ଇନିଂସରେ ୬ ଓ୍ଵିକେଟ୍ ହରାଇ ୪୨୭ ରନରେ ପାଳି ସମାପ୍ତି ଘୋଷଣା କରିଛି। ଗିଲ୍ଙ୍କ ବ୍ୟତୀତ ରବୀନ୍ଦ୍ର ଜାଡ଼େଜା ଅପରାଜିତ ୬୯ ରନ ଓ ଋଷଭ ପନ୍ତ ୬୫ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି।