ଜିତେନ୍ଦ୍ର ହରିପାଲଙ୍କ ପତ୍ନୀ ବିୟୋଗ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

NEWS7
ghulam-nabi-azad-resigns-as-chairman-of-campaign-committee

ଭୁବନେଶ୍ୱର ୨୭।୦୨ : ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲଙ୍କ ପତ୍ନୀ ମଲ୍ଲିକା ହରିପାଲ (୬୭)ଙ୍କ ଗୁରୁବାର ପରଲୋକ ହୋଇଯାଇଛି । ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିଲେ । ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବାରୁ ଗତ ବୁଧବାର ତାଙ୍କୁ ପ୍ରଥମେ ସମ୍ବଲପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରୁ ବୁର୍ଲା ସ୍ଥିତ ଅନ୍ୟ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ସାଢ଼େ ୪ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମରଶରୀର ଷ୍ଟେସନ୍ ଡ଼ାସ୍ଥତି ଘରେ ରଖାଯାଇଛି । ଶୁକ୍ରବାର ରାଜଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ସଂଗୀତ ଜଗତରେ ଜିତେନ୍ଦ୍ର ସଂଘର୍ଷ କରୁଥିବାବେଳେ ମଲ୍ଲିକା ତାଙ୍କ ସହ ଛାଇ ଭଳି ଛିଡ଼ା ହୋଇଥିଲେ। ଉଭୟଙ୍କ ମଧୁର ସମ୍ପର୍କକୁ ନେଇ ଗୀତ ମଧ୍ୟ ପ୍ରସ୍ତୁତ ହୋଇଛି ବୋଲି ସମାଜସେବୀ ନିହାଲ ସିଂ ସୂଚନା ଦେଇଛନ୍ତି ।

ସେପଟେ ବିଶିଷ୍ଟ ସମ୍ବଲପୁରୀ ଲୋକଗାୟକ ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲଙ୍କ ଧର୍ମପତ୍ନୀ ମଲ୍ଲିକା ହରିପାଲଙ୍କ ବିୟୋଗ ଖବରକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ଜାହିର କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ, ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ଧର୍ମପରାୟଣ ଏବଂ ସ୍ନେହମୟୀ ମହିଳା ଥିଲେ । ତାଙ୍କର ବିୟୋଗ ଆମ ସମାଜ ପାଇଁ ଅପୂରଣୀୟ କ୍ଷତି । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମା’ ସମଲେଇ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ।