'ଯଦି ଆମେରିକା ମୋତେ ହତ୍ୟା କରେ, ତେବେ ମୋ ପରେ ଅଲି ଲାରିଜାନୀ ଦେଶ ଚଳାଇବେ'...ଖାମେନିଙ୍କ ଉତ୍ତରାଧିକାରୀ ଜଣଙ୍କ କିଏ ?

NEWS7
ghoda-lagi-besa-at-puri

ନୂଆଦିଲ୍ଲୀ, ୨୬/୦୨: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଁଚିଲାଣି । କେହି କାହାକୁ ଛାଡିବାକୁ ନାରାଜ । ଆକ୍ରମଣ ପାଇଁ ଆମେରିକା ସଜବାଜ ହେଲାଣି । ଇରାନ ମଧ୍ୟ ଜବାବ ଦେବାକୁ ପ୍ରସ୍ତୁତ । ଏସବୁ ଭିତରେ ଇରାନ ସୁପ୍ରିମ ଲିଡର ଖାମେନିଙ୍କ ଜୀବନ ପ୍ରତି ବିପଦ ଥିବା ଚର୍ଚ୍ଚା ହେଉଛି । ସେ ସିକ୍ରେଟ୍ ବଙ୍କରରେ ଲୁଚିଛନ୍ତି । କେବଳ ଖାସ୍ ଅଧିକାରୀଙ୍କୁ ସହ ଦେଖା ସାକ୍ଷାତ କରୁଛନ୍ତି । ଆହୁରି ମଧ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କୁ ଆଗକୁ କିଛି ଅସୁବିଧା ହେଲେ ଦେଶର ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଖାମେନି ଯେଉଁ ଅଧିକାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ସେ ହେଲେ ସେନାର ଜଣେ ପ୍ରମୁଖ ଚେହେରା । ତାଙ୍କ ନାଁ ହେଉଛି ଅଲି ଲାରିଜାନୀ । ସେ ଏବେ ଇରାନ ସୁପ୍ରିମ୍ ନ୍ୟାଶନାଲ୍ ସିକ୍ୟୁରିଟି କାଉନସିଲର ସେକ୍ରେଟାରୀ ଅଛନ୍ତି । ଏହି କମିଟି ଦେଶର ବୈଦେଶିକ ବ୍ୟାପାର ଏବଂ ସୁରକ୍ଷା ବ୍ୟବସ୍ଥା କଥା ବୁଝିଥାଏ । ଅଲି ପୂର୍ବରୁ ଖାମେନିଙ୍କ ବରିଷ୍ଠ ପରାମର୍ଶଦାତା ଥିଲେ । ଇରାନ ସରକାରରେ ମଧ୍ୟ ତାଙ୍କର ଦବଦବା ରହିଛି ।

ଅଲି ଇରାନ ସରକାରରେ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ । ସେ ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସର ପ୍ରତିଷ୍ଠାତା ସଦସ୍ୟ ଥିଲେ । ଏହାସହ ସଂସଦରେ ସ୍ପିକର ଦାୟିତ୍ୱ ତୁଲାଇଥିଲେ । ୨୦୦୮ରୁ ୨୦୨୦ ମଧ୍ୟରେ ସେ ଏହି ପଦ ସମ୍ଭାଳିଥିଲେ । ୨୦୨୧ରେ ଇରାନ-ତାଇନାର ସମ୍ପର୍କକୁ ମଜବୁତ କରିବାରେ ଅଲିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଋଷିଆ, ଇରାକ, ଲେବାନନ ଆଦି ଦେଶ ସହ ଇରାନର ଉତ୍ତମ ସମ୍ପର୍କ ପ୍ରତିଷ୍ଠା ପଛରେ ତାଙ୍କର ହାତ ରହିଛି ।

ବିଦ୍ରୋହ ପରେ ବଢିଛି ଭୂମିକା

ବର୍ଷ ଆରମ୍ଭରୁ ଇରାନରେ ବିଦ୍ରୋହ ଦେଖିବାକୁ ମିଳୁଛି । ଯାହାକୁ ଅନେକ ମାତ୍ରାରେ ରୋକିବାରେ ଅଲିଙ୍କ ହାତ ରହିଛି । ଆମେରିକା ସହ ଆଣବିକ ଚୁକ୍ତି ମାମଲାରେ ଅଲି ସିଧାସଳଖ ଓ୍ୱାସିଂଟନ ସହ ଡିଲ୍ କରୁଛନ୍ତି । ଇରାନ ରାଷ୍ଟ୍ରପତିଙ୍କ ସହ ଆଲୋଚନା ପାଇଁ ଅଲିଙ୍କ ଅନୁମତି ଜରୁରୀ । ଯଦି ଆମେରିକା କିଛି ଆକ୍ରମଣ ପରେ ଏହାର କିପରି ପାଲଟା ଜବାବ ଦିଆଯାଇ ପାରିବ ସେନେଇ ଅଲିଙ୍କୁ ସବୁ ଦାୟିତ୍ୱ ଦେଇଛନ୍ତି ଖାମେନି । ଯୁଦ୍ଧ ହେଲେ କେଉଁଠି ସ୍ପେଶାଲ ଫୋର୍ସ ମୁତୟନ ହେବେ, ଟପ୍ ନେତାଙ୍କୁ କିପରି ସୁରକ୍ଷା ଦିଆଯିବ ସେକଥା ମଧ୍ୟ ଅଲୀ ବୁଝୁଛନ୍ତି ।

କୁହାଯାଉଛି ଯେ, ଖାମେନୀଙ୍କ ଉତ୍ତରାଧିକାରୀ ଭାବେ ଅଲୀ ସବୁଠୁ ଆଗରେ ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଂସଦର ସ୍ପିକର ଜେନେରାଲ ଘାଲିବାଫ୍ ଏବଂ ପୂର୍ବତନ ରାଷ୍ଟ୍ରପତି ହାସନ୍ ରୌହାନୀଙ୍କ ନାଁ ସାମ୍ନାକୁ ଆସୁଛି ।