ମାର୍‌ପିଟ୍ ହେଉଥିଲେ ଦୁଇ ଛାତ୍ର, ବୁଝିଲେନି ସାର୍ ମାରିଦେଲେ ଚାପୁଡା

NEWS7
gharial-won-this-title

ଗନ୍ଦବାଲି ୦୬/୦୩: ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରି ହରଡ ଘଣାରେ ପ୍ରଧାନ ଶିକ୍ଷକ । ବ୍ଲକ ଶିକ୍ଷା ଅଧିକାରୀ କହିଲେ ତଦନ୍ତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ସେପଟେ ମାଡ଼ ମାରିବା ଘଟଣାରେ ଶିକ୍ଷକଙ୍କର ଏଯାଏଁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କରଣ ପଲ୍ଲି ପଞ୍ଚାୟତ କୁଆମରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ସାଂଘାତିକ ଅଭିଯୋଗ ।

କୁଆମରା ଗାଁର ଶ୍ରୀମନ୍ତ ମଣ୍ଡଳଙ୍କ ପୁଅ ଦ୍ଵୀତିୟ ଶ୍ରେଣୀ ଛାତ୍ର । କୁଆମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ଵନାଥ ଶତପଥିଙ୍କ ମାଡ଼ରେ ଗୁରୁତର ଅବସ୍ଥାରେ ବାସୁଦେବପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ସୂଚନା ଥାଉକି, ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ମାଡ଼ ପିଟ ହୋଇଥିଲା । ପ୍ରଧାନ ଶିକ୍ଷକ ବିଶ୍ବନାଥ ଶତପଥି ବୁଝିବା ପରିଵର୍ତ୍ତେ ଛାତ୍ରଙ୍କୁ କାନ ମୂଳରେ ଚାପୁଡ଼ା ମାରିଥିଲେ । ପିଲାର ମୁଣ୍ଡ ବୁଲାଇବା ସହିତ ଵାନ୍ତି ହୋଇ ଥିଲା । ବିଦ୍ୟାଳୟର ଚେୟାର ମ୍ୟାନ ଖବର ପାଇ ନିକଟରୁ ବଇଁଚା ପ୍ରାଥମିକ ଚିକିତ୍ସାଳୟରେ ଏବଂ ପରେ ଆମ୍ବୁଲାନ୍ସ ଯୋଗେ ବାସୁଦେବପୁର ମେଡିକାଲରେ ଭର୍ତ୍ତି ପରେ ଚିକିତ୍ସା କରିଥିଲେ ।

ଘଟଣାକୁ ଏକ ସପ୍ତାହ ପରେ ପ୍ରଧାନ ଶିକ୍ଷକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ନ ଥିବା ବେଳେ ଛାତ୍ରଙ୍କ ବାପା ଏବଂ ମା ନ୍ୟାୟ ପାଇଁ ଦାବି କରିଥିଲେ। ଏହି ସମ୍ପର୍କରେ ଘଟଣାକୁ ଚାନ୍ଦବାଲି ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।