US ପାଣ୍ଠି ଖୋଲିଦେଲା ପାକିସ୍ତାନର ଗୁମର, ପଇସାରେ ଅପରେସନ ସିନ୍ଦୂରରେ ନଷ୍ଟ F-16 ର କରିବ ମରାମତି

NEWS7
george-soros-aide-walked-in-bharat-jodo-joined-anti-caa-protests-bjp

ୱାସିଂଟନ ୧୩।୧୨: ପାକିସ୍ତାନକୁ ଆମେରିକା ଏଫ-୧୬ ଯୁଦ୍ଧବିମାନ ଗୁଡିକର ମରାମତି ନିମନ୍ତେ ୬୮୬ ନିୟୁତ ଡଲାରର ପ୍ୟାକେଜ ଜାରି କରିଛି। ଭାରତୀୟ ସାମରିକ ଅଧିକାରୀ ଓ ମିଲେଟ୍ରି ସମୀକ୍ଷକ ଭାବୁଛନ୍ତି ଜାରି ପ୍ୟାକେଜ୍ ର ଉଦ୍ଦେଶ୍ୟ ଅପରେସନ ସିନ୍ଦୂରରେ ଭାରତ ନଷ୍ଟ କରିଥିବା ଏଫ-୧୬ ବିମାନର ପୁନରୁଦ୍ଧାର ନିମନ୍ତେ କରାଯିବ।ଆମେରିକା ଏଫ-୧୬ ବିମାନଗୁଡିକ ଲାଗି ସଷ୍ଟନମେଣ୍ଟ ଓ ସିଷ୍ଟମ ଅପଗ୍ରେଡେସନ ନିମନ୍ତେ ଏହି ପ୍ୟାକେଜ ଜାରି କରିଛି।

ମିଲେଟ୍ରି ଏକ୍ସପର୍ଟଙ୍କ କହିବା କଥା ହେଉଛି ପ୍ୟାକେଜ୍ ଯେଉଁଭଳି ଡିଜାଇନ କରାଯାଇଛି ଏହାର ଗଠନ ଶୈଳୀ ଚଳିତବର୍ଷ ମେ ମାସରେ ପାକିସ୍ତାନ ଏୟାରଫୋର୍ସର ପ୍ରମୁଖ ଆଡ୍ଡାର ହୋଇଥିବା କ୍ଷତି ସହ ବେଶ୍ ମେଳ ଖାଉଛି। ଡିଫେନ୍ସ ସିକ୍ୟୁରିଟି କୋ-ଅପରେସନ ଏଜେନ୍ସୀ (ଡିଏସସିଏ) ଆମେରିକା ସଂସଦକୁ ପାକିସ୍ତାନକୁ ଦିଆଯାଉଥିବା ପ୍ୟାକେଜ ସମ୍ପର୍କରେ ସୂଚିତ କରିଛି। ଏଥିରେ ଏଭିଓନିକ୍ସ, କମ୍ୟୁନିକେସନ ଓ ମିସନ ସପୋର୍ଟ ଅପଗ୍ରେଡର ବଡ଼ ରେଞ୍ଜ ରହିଛି। ଯାହା ସିଧାସଳଖ ସେହି ସବୁ ଉପକରଣ ଓ ଭିତ୍ତିଭୂମି ସହ ମେଳ ଖାଉଛି ଯାହା ସମ୍ପର୍କରେ ପୂର୍ବରୁ ରିପୋର୍ଟ ଥିଲା ଯେ ଅପରେସନ ସିନ୍ଦୂରରେ ଏଫ-୧୬ର କ୍ଷତି ହୋଇଥିଲା।

ପାକିସ୍ତାନର ଇଟରନାଲ ଡକ୍ୟୁମେଣ୍ଟ ସୂତ୍ରରୁ ଦି ସଣ୍ଡେ ଗାର୍ଡିୟନ କହିଥିଲା ଯେ ଭାରତର ଅପରେସନ ପରେ ଏଫ-୧୬ ବିମାନ କ୍ଷତିଗ୍ରସ୍ତ ହୋଇଛି। ଭାରତୀୟ ଅଧିକାରୀଙ୍କ କହିବା କଥା ହେଉଛି ଏହି ପ୍ୟାକେଜରେ ସାମିଲ ପ୍ରାୟ ପାଣ୍ଠି ସେହି ସବୁ ସହ ମେଳ ଖାଉଛି ଯେଉଁଗୁଡିକୁ ପାକିସ୍ତାନ ଅପରେସନ ସିନ୍ଦୂର ପରେ ତରବରିଆ ଭାବେ ସଜାଡିବାକୁ ଉଦ୍ୟମ କରିଥିଲା। ସଣ୍ଡେ ଗାର୍ଡିୟନର ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ଡକ୍ୟୁମେଣ୍ଟରେ ଶାହବାଜ, ମୁସାଫ, ମିନହାସ, ମସରୁର ଓ ଫୈସଲ ଭଳି ପାକିସ୍ତାନୀ ବାୟୁସେନା ଘାଟିର ତତ୍କାଳ ମରାମତିର ଆବଶ୍ୟକତା ରହିଛି।

ସେତେବେଳେ ପାକିସ୍ତାନ ଯେଉଁ ଟେଣ୍ଡର ଜାରି କରିଥିଲା ସେଥିରେ କମ୍ୟୁନିକେସନ ନେଟୱାର୍କ, ମିସନ ସପୋର୍ଟ ସର୍ଭର, ଇଲେକ୍ଟ୍ରୋନିକ ୱାରଫେୟାର ସିଷ୍ଟମ, ପୱାର ଡିଷ୍ଟ୍ରିବ୍ୟୁସନ ନେଟୱାର୍କ, ଗ୍ରାଉଣ୍ଡ ଟେଷ୍ଟିଂ ଉପକରଣ ଓ ଷ୍ଟୋରେଜ ପ୍ରୋସେସର ଲାଗି ଜରୁରି ଆବଶ୍ୟକତାଗୁଡିକର ଉଲ୍ଲେଖ ଥିଲା। ଏହିସବୁ କାଗଜପତ୍ରରୁ ଆମେରିକା ପାଣ୍ଠିରେ ଅପରେସନ ସିନ୍ଦୂରରେ କ୍ଷତିଗ୍ରସ୍ତ ହୋଇଥିବା ଏଫ-୧୬ ଅପରେସନ ସମ୍ପର୍କିତ ଭିତ୍ତିଭୂମି ପ୍ରଭାବିତ ହୋଇଥିଲା। ତେବେ ପାକିସ୍ତାନ ଏ ପର୍ଯ୍ୟନ୍ତ ସାର୍ବଜନିକ ଭାବେ କୌଣଲି କ୍ଷତି କଥା ସ୍ୱୀକାର କରୁ ନାହିଁ।