ନୂଆଦିଲ୍ଲୀ: ଭାରତୀୟ ଟିମ୍ର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ବେଙ୍ଗାଲୁରୁ ଅଘଟଣ ପାଇଁ ଚିନ୍ତା ବ୍ୟକ୍ତ କରିଛନ୍ତି । ଗୁରୁବାର ସମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ସେ କେବେ ବି ରୋଡ୍ ଶୋ ସପକ୍ଷରେ ନୁହନ୍ତି । ଗମ୍ଭୀର ଆହୁରି କହିଛନ୍ତି ଯେ ଯଦି ଆମେ ରୋଡ୍ ଶୋ ପାଇଁ ସପୂର୍ଣ୍ଣ ରୂପେ ପ୍ରସ୍ତୁତ ନାହାନ୍ତି, ତେବେ ଏପରି କରାଯିବାର ନଥିଲା । ଗମ୍ଭୀର ସମସ୍ତଙ୍କୁ ଦାୟିତ୍ୱବାନ ନାଗରିକ ହେବା ଓ ପ୍ରସ୍ତୁତ ନଥିବା ସମୟରେ ଏପରି ଆୟୋଜନ ନକରିବା ପାଇଁ ନିବେଦନ କରିଛନ୍ତି ।
ଭାରତୀୟ କ୍ରିକେଟର ମୁଖ୍ୟ ଚୋକ ଗୌତମ ଗମ୍ଭୀର କହିଛନ୍ତି, 'ମୁଁ ରୋଡ୍ ଶୋ’ର କେବେ ବି ସମର୍ଥକ ନୁହେଁ । ଆମକୁ ଦାୟିତ୍ୱବାନ ନାଗରିକ ହେବାର ଆବଶ୍ୟକତା ରହିଛି । ମୁଁ ଯେତେବେଳେ ଖେଳୁଥିଲି, ସେତେବେଳେ ବି ମୁଁ ଏହାର ସମର୍ଥନ ନଥିଲି । ୨୦୦୭ରେ ବିଶ୍ୱକପ ଜିତିବା ପରେ ବି ମୁଁ ଏହି କଥା କହିଥିଲି । ଯଦି ରୋଡ୍ ଶୋ ପାଇଁ ପ୍ରସ୍ତୁତ ନଥିଲେ, ତେବେ ଏହା କରିବାର ନଥିଲା । ସମସ୍ତଙ୍କ ଜୀବନ ମୂଲ୍ୟବାନ । ଆଶା କରୁଛି ଯେ ଭବିଷ୍ୟତରେ ଏପରି କୌଣସି ରୋଡ୍ ଶୋ’ ନହେଉ । ଯାହା କିଛି ଘଟିଲା ତାହା ଭୁଲ । ସମସ୍ତଙ୍କ ପ୍ରତି ମୋ ସମବେଦନା ରହିଛି । ଆମକୁ ଦାୟିତ୍ୱବାନ ହେବାର ଅଛି । ଜଣେ ଖେଳାଳି ଓ ଫ୍ରାଞ୍ଚାଇଜ୍ ଭାବେ ସବୁକିଛି ମ୍ୟାନେଜ୍ କରିବା ଆମର ଦାୟିତ୍ୱ ।'
ଗମ୍ଭୀର ଆହୁରି କହିଛନ୍ତି, 'ଭବିଷ୍ୟତରେ ଏପରି ରୋଡ୍ ଶୋ ଯୋଜନା କରିବା ସମୟରେ ଆମେ ଅଧିକ ସତର୍କ ରହିବା ଦରକାର । ଆମେ ଏପରି ସମାରୋହକୁ ଷ୍ଟାଡିୟମ ଭିତରେ ଆୟୋଜନ କରିବା ନେଇ ବିଚାର କରିପାରିବା । ପ୍ରଶଂସକ ଉତ୍ସାହିତ ଥାଆନ୍ତି, ପ୍ରଶଂସକ ଭାବୁକ ହୁଅନ୍ତି, କିନ୍ତୁ ଜୀବନଠାରୁ ଅଧିକ ମହତ୍ୱପୂର୍ଣ୍ଣ କିଛି ନାହିଁ । ମୋ ମତରେ ରୋଡ୍ ଶୋ ନହେବା ଦରକାର ।'