ପୁରୀରେ ଗୌତମ ଆଦାନୀ, ରଥଯାତ୍ରାରେ ସାମିଲ ହେଲେ, ଶ୍ରଦ୍ଧାଳୁଙ୍କୁ ଖାଦ୍ୟ ବାଣ୍ଟିଲେ

Published By : Prameya-News7 Bureau | June 28, 2025 IST

ପୁରୀ: ଦେଶର ପ୍ରତିଷ୍ଠିତ ଶିଳ୍ପପତି ଗୌତମ ଆଦାନୀ ଆଜି ସପରିବାର ଜଗନ୍ନାଥ ଧାମ ପୁରୀରେ ପହଞ୍ଚି ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇଛନ୍ତି ଏବଂ ଭକ୍ତମାନଙ୍କୁ ସେବା ଯୋଗାଇ ଦେଇଛନ୍ତି। ଗୌତମ ଆଦାନୀ ରଥ ଛୁଇଁ ମୁଣ୍ଡିଆ ମାରିବା ସହ ଦେଶର ମଙ୍ଗଳ କାମନା କରିଛନ୍ତି। ପରେ ପରିବାର ସହ ପ୍ରସାଦ ପ୍ରସ୍ତୁତ କରି ଶ୍ରଦ୍ଧାଳୁଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଶ୍ରୀକ୍ଷେତ୍ର ଆସି ନିଜକୁ ଭାଗ୍ୟବାନ ମନେ କରୁଛି। ଏ ସୁଯୋଗ ଜୀବନରେ ଏକ ଅନନ୍ୟ ଅନୁଭୂତି। ଆଦାନୀ ମଧ୍ୟ କହିଛନ୍ତି, ମୋ ପାଖରେ ଆଗରୁ କିଛି ନଥିଲା। ହେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ମୁଁ ସବୁ ପାଇଛି। 

ଦେଶର ଅନନ୍ୟ ଶିଳ୍ପପତି ଗୌତମ ଆଦାନୀ ଆଜି ସପରିବାର ଜଗନ୍ନାଥ ଧାମ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇଛନ୍ତି ଏବଂ ଭକ୍ତମାନଙ୍କୁ ସେବା ଯୋଗାଇଛନ୍ତି।ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ରଥ ଛୁଇଁ ମୁଣ୍ଡିଆ ମାରିବା ସହ ଦେଶର ମଙ୍ଗଳ କାମନା କରିଛନ୍ତି। ପରେ ଆଦାନୀ ପରିବାର ସହ ପ୍ରସାଦ ପ୍ରସ୍ତୁତ କରି ଇସ୍କନ୍ କିଚେନ୍ରେ ଶ୍ରଦ୍ଧାଳୁମାନଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଶ୍ରୀକ୍ଷେତ୍ର ଆସି ନିଜକୁ ଭାଗ୍ୟବାନ ମନେ କରୁଛି। ମହାପ୍ରଭୁଙ୍କ ଚରଣରେ ଆସିବା ସୌଭାଗ୍ୟ ମୋତେ ମିଳିଛି। ଏ ସୁଯୋଗ ମୋ ଜୀବନରେ ଏକ ଅନନ୍ୟ ଅନୁଭୂତି ହୋଇରହିବ। 

ଆଦାନୀ ମଧ୍ୟ କହିଛନ୍ତି, ମୋ ପାଖରେ ଆଗରୁ କିଛି ନଥିଲା। ହେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ମୁଁ ସବୁ ପାଇଛି। ଲୋକଙ୍କ ଶୁଭେଚ୍ଛା ଓ ଭଗବାନଙ୍କ ଆଶୀର୍ବାଦରୁ ଆଜି ମୋ ପାଖରେ ସବୁ କିଛି ଅଛି। ମହାକୁମ୍ଭରେ ପ୍ରଥମ ଥର ସେବାର ପ୍ରୟାସ ଥିଲା। ଏବେ ଭବ୍ୟ ଅନୁଭବ ମିଳିଲା। ମହାପ୍ରଭୁଙ୍କ ନିକଟରେ ମୁଁ ମୋ ଦେଶ ଓ ଓଡ଼ିଶାର ନିରନ୍ତର ପ୍ରଗତି ପାଇଁ ପ୍ରାର୍ଥନା କରିଛି। ଏତେ ବଡ଼ ଯାତ୍ରାରେ ଓଡ଼ିଶା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନଠାରୁ ଆରମ୍ଭ କରି ସ୍ବେଚ୍ଛାସେବୀ ସଙ୍ଗଠନ, ସଫେଇ କର୍ମଚାରୀ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି’ ବୋଲି ସେ କହିଛନ୍ତି।

ପୁରୀ ଗସ୍ତ ସମୟରେ ସମୁଦ୍ର ବେଳାଭୂମିରେ ସଫେଇ କର୍ମଚାରୀଙ୍କୁ ମଧ୍ୟ ଭେଟିଛନ୍ତି ଗୌତମ ଆଦାନୀ। ନିଜ ଜୀବନକୁ ବାଜି ଲଗାଇ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଉଥିବାରୁ ଲାଇଫ ଗାର୍ଡ ମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଆଦାନୀ ଗ୍ରୁପ୍ ପୁରୀ ଧାମରେ 'ପ୍ରସାଦ ସେବା' ଯୋଗାଇ ଦେଇଛି ଏବଂ ୨୬ ଜୁନ୍ ରୁ ୮ ଜୁଲାଇ ପର୍ଯ୍ୟନ୍ତ ବ୍ୟାପକ 'ସେବା' କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.