ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ, ଗାଡ଼ିରୁ ମିଳିଲା ୩ ଲକ୍ଷ ଟଙ୍କା

Published By : Prameya-News7 Bureau | July 09, 2025 IST

ଛତ୍ରପୁର ୯।୭: ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା l ଛତ୍ରପୁର ନିକଟ ଜାତୀୟ ରାଜପଥରେ ତାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ l ସେ ଛତ୍ରପୁର ବ୍ୟାଙ୍କ କଲୋନୀ  ଭଡା ଘରୁ ନିଜ ଘରୁ ଅଫିସ ଯାଉଥିବା ସମୟରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା l 

୩ ଦିନ ଧରି ଭିଜିଲାନ୍ସ ଟିମ୍ ତାଙ୍କ ଉପରେ ନଜର ରଖିଥିବା ସୂଚନା ମିଳିଛି l ତାଙ୍କ ଗାଡ଼ିରୁ ୫୦୦ ଟଙ୍କିଆ ୬ଟି ବଣ୍ଡଲ ଟଙ୍କା ଜବତ କରାଯାଇଛି l ବର୍ତ୍ତମାନ ଆଶୀର୍ବାଦ ଆପାର୍ଟମେଣ୍ଟରେ ଥିବା ତାଙ୍କ ଭଡା ଘରେ ପହଞ୍ଚି ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି l

You Can Read:

ଘରର ଗ୍ରୀଲ୍ ତାଡ଼ି ଲୁଟ୍, ସିସିଟିଭିରେ କଏଦ ହେଲା ଲୁଟ୍ ବେଳର ଦୃଶ୍ୟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.