ଆମେ ରକ୍ତ ଦେବାକୁ ପ୍ରସ୍ତୁତ କିନ୍ତୁ ମାଟି ନୁହେଁ...ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ୍ ଦେଲା ଇରାନ୍

NEWS7
ganguly-news-today-2

ନୂଆଦିଲ୍ଲୀ, ୧୫ /୦୩: ମଧ୍ୟପ୍ରାଚ୍ୟରେ ଥମୁନି ଆତଙ୍କ । ଘନ ଘନ ମିସାଇଲ୍ ଏବଂ ଡ୍ରୋନ୍ ଆଟାକ୍ । ଇରାନର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ । ତେହେରାନ ମଧ୍ୟ ପଡୋଶୀ ଦେଶରେ ଥିବା ୟୁଏସ ସୈନ୍ୟ କ୍ୟାମ୍ପକୁ କରୁଛି ଟାର୍ଗେଟ୍ । ଆମେରିକାଠୁ ଅପେକ୍ଷାକୃତ ଦୁର୍ବଳ ଦେଶ ହେଲେ ବି ପଛକୁ ହଟୁନି ଇରାନ ।

ଦିନକୁ ଦିନ ବଢୁଛି ଯୁଦ୍ଧ । ଏସବୁ ଭିତରେ ଆମେରିକା ସହ କୌଣସି ପ୍ରକାର ଆଲୋଚନା ପାଇଁ ଇରାନ ପ୍ରସ୍ତୁତ ନାହିଁ । ବର୍ତ୍ତମାନ ସ୍ଥିତିରେ ଆଲୋଚନା ହେବ ନାହିଁ । ଯଦି ଏମିତି ସ୍ଥିତି ଲାଗି ରହେ ତାହାଲେ ଇରାନ ଦୀର୍ଘଦିନ ଧରି ଯୁଦ୍ଧ ଲଢିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଭାରତରେ ଥିବା ଇରାନ ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଅବ୍ଦୁଲ ମଜିଦ୍ ହକିମ୍ ଇଲାମି ।

ମଜିଦ୍ କହିଛନ୍ତି ଯେ, ଆଜି ଇରାନର ରାସ୍ତାରେ ଲୋକେ ପ୍ରତିବାଦ କରୁଛନ୍ତି । ସେମାନେ ନିଜ ଦେଶର ସୁରକ୍ଷା ପାଇଁ ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି । ସେମାନେ ରକ୍ତ ଦେବାକୁ ରାଜି ଅଛନ୍ତି । ହେଲେ ଇରାନର ଗୋଟିଏ ଇଞ୍ଚ୍ ମାଟି ମଧ୍ୟ ବାହାର କେଉଁ ଦେଶକୁ ପ୍ରଦାନ କରିବେ ନାହିଁ ।

ମଜିଦଙ୍କ କହିବାନୁସାରେ, ଯୁଦ୍ଧ କେତେ ଦିନ ଚାଲିବ ତାହା କହିହେବ ନାହିଁ । କିନ୍ତୁ ଶେଷ ଯାଏଁ ସେମାନେ ଲଢିବେ । ଅନେକ ବର୍ଷ ଧରି ଯୁଦ୍ଧ ଚାଲିଲେ ବି ସେମାନେ ଲଢିବେ । ଇରାନ ପାଖରେ ପୂର୍ବରୁ ଅଭିଜ୍ଞତା ରହିଛି । ଇରାନ ଏବଂ ଇରାକ ମଧ୍ୟରେବର୍ଷ ଧରି ଯୁଦ୍ଧ ଚାଲିଥିଲା ।

ସେ ଆହୁରି କହିଛନ୍ତି ଯେ, ଟ୍ରମ୍ପ୍ ଇରାନ ଆଲୋଚନା କରିବାକୁ ରାଜି ଥିବାପୂର୍ବରୁକହିଥିଲେ । କିନ୍ତୁ ସେମାନେ ଆମେରିକାର କୌଣସି ସର୍ତ୍ତ ମାନିବେ ନାହିଁ । କାରଣ ଆମେରିକାର କାର୍ଯ୍ୟାନୁଷ୍ଠାନ ପରେ ଯୁଦ୍ଧ ଆରମ୍ଭ ହୋଇଛି । ଅତୀତରେ ଦୁଇ ଥର ଏପରି ସ୍ଥିତି ଉପୁଜିଛି । ଆଲୋଚନା ବେଳେ ଆମେରିକା ଆକ୍ରମଣ କରିଛି । ଇରାନ କାହାରି ଚାପର ବଶବର୍ତ୍ତୀ ହେବ ନାହିଁ ବୋଲି ସେ କହିଛନ୍ତି ।