Yearly Horoscope 2026 : କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଖୁସିର ଖବର, ମିଳିବ ଅପାର ସଫଳତା

NEWS7
gambhir-appeals-to-bcci-to-stop-india-from-playing-icc-tournaments-with-pakistan--

ବୃହସ୍ପତି ଜୁନ୍ ୨, ୨୦୨୬ ପର୍ଯ୍ୟନ୍ତ ଦଶମ ଭାବରେ ରହିବେ, ତା'ପରେ ଏକାଦଶ ଭାବକୁ ପ୍ରବେଶ କରିବେ। ଶନି ସମ୍ପୂର୍ଣ୍ଣ ବର୍ଷ ସପ୍ତମ ଭାବରେ ଅବସ୍ଥାନ କରିବେ। ରାହୁ ଡିସେମ୍ବର ୫ ପର୍ଯ୍ୟନ୍ତ ଷଷ୍ଠ ଭାବରେ ଏବଂ କେତୁ ଡିସେମ୍ବର ୫ ପର୍ଯ୍ୟନ୍ତ ଦ୍ୱାଦଶ ଭାବରେ ଅବସ୍ଥାନ କରିବେ।

ଶିକ୍ଷା - ବର୍ଷର ପ୍ରଥମାର୍ଦ୍ଧରେ ଦଶମ ଗୁରୁ କାର୍ଯ୍ୟ କ୍ଷେତ୍ର ସହ ଜଡ଼ିତ ଶିକ୍ଷାରେ ସଫଳତା ଆଣିବେ, ବିଶେଷ କରି ବୈଷୟିକ ଶିକ୍ଷାରେ। ଜୁନ୍ ୨ ପରେ ବୃହସ୍ପତି ଏକାଦଶ ଭାବକୁ ଆସିବା ପରେ ଉଚ୍ଚ ଶିକ୍ଷାରେ ସମସ୍ତ ଇଚ୍ଛା ପୂରଣ ହେବ। ଷଷ୍ଠ ଭାବରେ ରାହୁଙ୍କର ସ୍ଥିତି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଚେଷ୍ଟା କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ଦ୍ୱାଦଶ କେତୁଙ୍କ ପ୍ରଭାବ ହେତୁ ଶିକ୍ଷା ପାଇଁ ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି।

ସ୍ୱାସ୍ଥ୍ୟ -ବର୍ଷର ପ୍ରଥମାର୍ଦ୍ଧରେ ଦଶମ ଗୁରୁ ଏବଂ ସପ୍ତମ ଶନିଙ୍କ କାର୍ଯ୍ୟଭାର ଯୋଗୁଁ ମାନସିକ ଚାପ ବଢ଼ିପାରେ, କିନ୍ତୁ କୌଣସି ବଡ଼ ଧରଣର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବ ନାହିଁ। ଜୁନ୍ ପରେ ସ୍ୱାସ୍ଥ୍ୟ ସାମଗ୍ରିକ ଭାବରେ ଉତ୍ତମ ରହିବ। ଷଷ୍ଠ ରାହୁଙ୍କର ସ୍ଥିତି ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ଦେବ। ତେବେ ଦ୍ୱାଦଶ କେତୁ ହେତୁ ନିଦ୍ରାହୀନତା କିମ୍ବା ଗୁପ୍ତ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍।

ଚାକିରି - ବର୍ଷର ପ୍ରଥମାର୍ଦ୍ଧରେ ଦଶମ ଗୁରୁ ଏବଂ ସପ୍ତମ ଶନିଙ୍କ ପ୍ରଭାବ ହେତୁ ଚାକିରି କ୍ଷେତ୍ରରେ ଉନ୍ନତି ଏବଂ ପଦୋନ୍ନତି ମିଳିବାର ପ୍ରବଳ ଯୋଗ ରହିଛି। ଷଷ୍ଠ ରାହୁ କାର୍ଯ୍ୟସ୍ଥଳରେ ଥିବା ଶତ୍ରୁ କିମ୍ବା ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ଆଣିଦେବେ। ଜୁନ୍ ୨ ପରେ ଏକାଦଶ ବୃହସ୍ପତି କାର୍ଯ୍ୟର ସଫଳତା ହେତୁ ଧନ ଏବଂ ପ୍ରତିଷ୍ଠାର ବୃଦ୍ଧି ଆଣିବେ। ଏହି ବର୍ଷ କଠୋର ପରିଶ୍ରମର ପୂର୍ଣ୍ଣ ଫଳ ପ୍ରାପ୍ତ ହେବ।

ବ୍ୟବସାୟ -ସପ୍ତମ ଭାବରେ ଶନିଙ୍କର ଅବସ୍ଥାନ ହେତୁ ବ୍ୟବସାୟରେ ଭାଗୀଦାରୀ ସମ୍ବନ୍ଧ ଗୁରୁତ୍ୱପୂର୍ଣ୍ଣ ହେବ ଏବଂ କାରବାରରେ ଗମ୍ଭୀରତା ଓ ଦାୟିତ୍ୱବୋଧ ଆସିବ। ନୂତନ ଭାଗୀଦାରୀ ଆରମ୍ଭ କଲେ ମଧ୍ୟ ସାବଧାନତା ଜରୁରୀ। ଜୁନ୍ ୨ ପରେ ଏକାଦଶ ଗୁରୁଙ୍କ କାରଣରୁ ବ୍ୟବସାୟରୁ ଲାଭ ନିରନ୍ତର ବୃଦ୍ଧି ପାଇବ। ଦ୍ୱାଦଶ କେତୁଙ୍କ ପ୍ରଭାବରେ ବିଦେଶ ସହ ଜଡ଼ିତ ବ୍ୟବସାୟରୁ ଲାଭ ମିଳିପାରେ।

ବିବାହ - ସପ୍ତମ ଭାବରେ ଶନିଙ୍କର ସ୍ଥିତି ବିଳମ୍ବିତ ବିବାହ ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ପାଇଁ ସଫଳତା ଆଣିବ, କିନ୍ତୁ ବିବାହ ସମ୍ବନ୍ଧ ସ୍ଥିର ହେବାରେ ସାମାନ୍ୟ ବିଳମ୍ବ କିମ୍ବା ଚାପ ରହିବ। ଜୁନ୍ ୨ ପରେ ଏକାଦଶ ଗୁରୁଙ୍କ ଦୃଷ୍ଟି ଏବଂ ଆଶୀର୍ବାଦ ଯୋଗୁଁ ବିବାହ ଯୋଗ ସୁଦୃଢ଼ ହେବ।

ଦାମ୍ପତ୍ୟ ଜୀବନ - ସପ୍ତମ ଭାବରେ ଶନିଙ୍କର ଅବସ୍ଥାନ ଦାମ୍ପତ୍ୟ ଜୀବନରେ ପ୍ରେମ ଅପେକ୍ଷା କର୍ତ୍ତବ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପ୍ରେରିତ କରିବ ଏବଂ ସମ୍ପର୍କରେ ସାମାନ୍ୟ ଶୁଷ୍କତା ଅନୁଭୂତ ହୋଇପାରେ। ତେଣୁ ଜୀବନସାଥୀଙ୍କୁ ଅଧିକ ସମୟ ଏବଂ ସମ୍ମାନ ଦେବା ଜରୁରୀ। ସମୟ ସମୟରେ ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ। ଜୁନ୍ ପରେ ଗୁରୁଙ୍କ ପ୍ରଭାବରେ ସାମାନ୍ୟ ଉନ୍ନତି ଆସିବ।

ବିଦେଶ ଯୋଗ - ଦ୍ୱାଦଶ ଭାବରେ କେତୁଙ୍କ ଅବସ୍ଥାନ ଯୋଗୁଁ ବିଦେଶ ଯାତ୍ରା କିମ୍ବା ବିଦେଶରେ ସ୍ଥାୟୀ ରହିବାର ପ୍ରବଳ ଯୋଗ ରହିଛି। ବିଶେଷ କରି ଚାକିରି କିମ୍ବା ଉଚ୍ଚ ଶିକ୍ଷା ସମ୍ବନ୍ଧରେ ବିଦେଶ ଯାତ୍ରା ଶୁଭଙ୍କର ହେବ। ଜୁନ୍ ୨ ପରେ ଏକାଦଶ ଗୁରୁଙ୍କ ଆଶୀର୍ବାଦ ମଧ୍ୟ ଏହି ଯାତ୍ରାଗୁଡ଼ିକୁ ଲାଭଦାୟକ କରିବ।

ରୋଜଗାର - ବର୍ଷର ପ୍ରଥମାର୍ଦ୍ଧରେ ଦଶମ ଗୁରୁ କର୍ମରୁ ଆୟ ବଢ଼ାଇବେ। ଜୁନ୍ ୨ ପରେ ଏକାଦଶ ଭାବରେ ବୃହସ୍ପତିଙ୍କର ଗୋଚର ରୋଜଗାର ପାଇଁ ବର୍ଷକୁ ଅତ୍ୟନ୍ତ ଶୁଭ କରିବ। ଆୟ ବୃଦ୍ଧି ପାଇବ ଏବଂ ନୂତନ ଉପାୟରେ ଧନ ପ୍ରାପ୍ତ ହେବ। ପୁରୁଣା ନିବେଶ ଏବଂ ସାଙ୍ଗମାନଙ୍କ ସାହାଯ୍ୟରେ ମଧ୍ୟ ଆର୍ଥିକ ଲାଭ ହେବ। ଷଷ୍ଠ ରାହୁ ଋଣମୁକ୍ତ ହେବାରେ ସାହାଯ୍ୟ କରିବେ।

ଅନ୍ୟାନ୍ୟ କ୍ଷେତ୍ର - ସପ୍ତମ ଶନିଙ୍କ କାରଣରୁ ନିଜ ବ୍ୟକ୍ତିତ୍ୱ ଏବଂ ନିଷ୍ପତ୍ତି ଉପରେ ଅଧିକ ଗମ୍ଭୀରତା ଆସିବ। ଦ୍ୱାଦଶ କେତୁ ଆପଣଙ୍କୁ ଆଧ୍ୟାତ୍ମିକତା ଏବଂ ମୋକ୍ଷ ପ୍ରତି ଆକର୍ଷିତ କରିବ। ଷଷ୍ଠ ରାହୁଙ୍କ ହେତୁ ଆପଣଙ୍କର ଗୁପ୍ତ ଶତ୍ରୁମାନେ ପରାଜିତ ହେବେ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ।

ଶୁଭ ଫଳ ପ୍ରାପ୍ତି ପାଇଁ ପ୍ରତିକାର - କନ୍ୟା ରାଶିର ଜାତକମାନଙ୍କୁ ସପ୍ତମ ଶନିଙ୍କ ଶୁଭ ଫଳ ବଢ଼ାଇବା ପାଇଁ ପ୍ରତି ଶନିବାର ଦିନ ଶ୍ରମିକ ଓ ଦିବ୍ୟାଙ୍ଗଙ୍କୁ ସାହାଯ୍ୟ କରିବା ଉଚିତ୍। ଦ୍ୱାଦଶ କେତୁଙ୍କ ଶାନ୍ତି ପାଇଁ ନିୟମିତ ଭାବରେ ମା ଦୁର୍ଗାଙ୍କର ଆରାଧନା କରନ୍ତୁ। ଆର୍ଥିକ ସମୃଦ୍ଧି ପାଇଁ ପ୍ରତିଦିନ ତୁଳସୀ ମୂଳରେ ଜଳ ଅର୍ପଣ କରନ୍ତୁ ଏବଂ ନିଜ ଜୀବନସାଥୀଙ୍କ ପ୍ରତି ଅଧିକ ସମୟ ଓ ସ୍ନେହ ପ୍ରଦାନ କଲେ ଶନିଙ୍କର ଅଶୁଭ ପ୍ରଭାବ କମିଯିବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682