ଆସାମ,୦୭/୦୭: କୁନି ଛୁଆଟି । ନା ଜାଣିଛି ରାସ୍ତା, ନା ଜଣା ଥିଲା ଠିକଣା । କେମିତି ବା ଫେରିବ । ବୁଲୁଥିଲା ଏଣେତେଣେ । ଖୋଜି ବୁଲୁଥିଲା ସାହାରା । କଥା ସିନା କହିପାରୁନଥିଲା, କିନ୍ତୁ ତାର ପରିଭାଷାରେ ଖୋଜି ବୁଲୁଥିଲା ମାଆ କୋଉଠି? ମାଆ ବି ଛୁଆକୁ ନପାଇ ଖୋଜୁଥିଲା କେଉଁଠି ଅଛି ମୋ ଧନ ।
କାଜିରଙ୍ଗା ଜାତୀୟ ଉଦ୍ୟାନର ଏହି ହୃଦୟସ୍ପର୍ଶୀ ଭିଡିଓ ବନ ବିଭାଗ ଆଖିରେ ପଡିଥିଲା । ଆଉ ବନବିଭାଗର କର୍ମଚାରୀଙ୍କ ହୃଦୟକୁ ଛୁଇଁଥିଲା ଦୃଶ୍ୟ । ଆସାମ କାଜିରଙ୍ଗାରେ ଜାତୀୟ ଉଦ୍ୟାନ ଭାଇରାଲ ଭିଡିଓ ଏବେ ସମସ୍ତଙ୍କ ମନକୁ ଛୁଇଁଛି । କାରଣ ହଜିଯାଇଥିବା ହାତୀ ଛୁଆକୁ ବନ ଅଧିକାରୀମାନେ ମାଆ ସହ ମିଶାଇବାର ସୁନ୍ଦର ପ୍ରୟାସ ଅନେକ ଉଦାହରଣ ସୃଷ୍ଟି କରିଛି । ଭିଡିଓଟିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅବସରପ୍ରାପ୍ତ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ।
Chotu got separated from mother at Kaziranga. It was united later with its mother. The forest officials applied mother’s dung to the calf to suppress human smell. Happy reunion at the end ☺️ pic.twitter.com/0sN1RbQ55E
— Susanta Nanda IFS (Retd) (@susantananda3) July 6, 2025
ଭିଡିଓରେ ଦେଖିବାକୁ ମିଳିଛି ହାତୀ ଛୁଆଟି କାଜିରଙ୍ଗାର ସବୁଜ ପ୍ରାନ୍ତର ଦେଇ ଏକ ସଂକୀର୍ଣ୍ଣ ରାସ୍ତାରେ ଜଣେ ବନ ଅଧିକାରୀଙ୍କ ଗାଡ଼ି ଆଡ଼କୁ ଦୌଡୁଛି। ଆଉ ଗାଡି ପାଖକୁ ଆସି, ଗାଡ଼ି ଶୁଙ୍ଘିବା ସହ ଲୋକଙ୍କ ଚାରିପଟେ ବୁଲୁଛି । ଲାଗୁଛି କାଳେ କେଉଁଠି ଥିବା ତା'ର ମାଆ । ଆକୁଳ ନୟନରେ କହିଯାଉଛି କେତେ କଣ । ସଂଗେ ସଂଗେ ଛୁଆ ହାତୀର ଦୁଃଖକୁ ଦେଖିପାରିଥିଲେ ବନ କର୍ମଚାରୀ । ତେବେ ଆଶ୍ଚର୍ଯ୍ୟର କଥା ହାତୀ ଛୁଆଟି ବନ କର୍ମଚାରୀଙ୍କୁ ବାଟ କଢାଇ ଦେଖାଇଥିଲା ।
ଯେଉଁଠି ଶେଷ ଥର ମାଆ ସହ ତାର ଭେଟ ହୋଇଥିଲା । ମାଆଙ୍କୁ ଚିହ୍ନିବାକୁ ବନ କର୍ମଚାରୀମାନେ ଛୁଆ ଶୁଣ୍ଢରେ ଓ ଗୋଡରେ ମାରିଥିଲେ କିଛି ମାଆର ମଳ । ଯେଉଁଥିପାଇଁ ସହଜ ହୋଇଥିଲା ମାଆଙ୍କ ଚିହ୍ନଟ ପ୍ରକ୍ରିୟା । ଆଉ ମାଆକୁ ପାଇ ଛୁଆ ହାତୀ ମାନେ ଛୋଟୁର ଖୁସି କହିଲେ ନସରେ ।
ଖୁସି ସିନା ଜାହିର କରିପାରନଥିଲା କିନ୍ତୁ ଦୌଡିବାର ଦୃଶ୍ୟ କହୁଥିବା ବହୁତ କିଛି । ଶେଷରେ ବନ କର୍ମଚାରୀ ମାନେ ତାକୁ ପାଖରୁ ଛାଡି କହିଥିଲେ ଯା, ଛୋଟୁ, ଯା...ତେରି ମାଆ । ଭିଡିଓଟି ସେୟାର କରି ନନ୍ଦ ଲେଖିଛନ୍ତି, "କାଜିରଙ୍ଗାରେ ଛୋଟୁ ମାଆଙ୍କଠାରୁ ଅଲଗା ହୋଇଗଲା। ପରେ ଏହା ତା'ର ମାଆ ସହିତ ମିଶିଗଲା। ହେଲେ ବନ ଅଧିକାରୀମାନେ ମା'ର ମଳ ଲଗାଇଲେ। ଶେଷରେ ହୋଇଗଲା ହାପି ଏଣ୍ଡିଂ ।