ପଶ୍ଚିମବଙ୍ଗ SIR ମଧ୍ୟରେ ଆଉ ଜଣେ BLOଙ୍କ ଆତ୍ମହତ୍ୟା, ରାଜ୍ୟ ରାଜନୀତି ଓ ପ୍ରଶାସନ ଉପରକୁ ଉଠିଲା ଅଙ୍ଗୁଳି

NEWS7
fresh-violence-in-manipur-commando-killed-as-attackers-use-bombs-rpg

କୋଲକାତା ୧୬।୧: ଯାଦବପୁର ବିଧାନସଭା ନିର୍ବାଚନମଣ୍ଡଳି ଅନ୍ତର୍ଗତ ବୁଥ ନମ୍ବର ୧୧୦ର ବୁଥ ଲେବୁଲ ଅଫିସର (ବିଏଲଓ) ଅଶୋକ ଦାସ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଏବେ ରାଜ୍ୟ ରାଜନୀତି ଓ ପ୍ରଶାସନ ଉପରେ ପୁଣି ପ୍ରଶ୍ନଚିହ୍ନ ଲଗାଇଛି। ଏହି ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି) କାଉନସିଲର ଅନନ୍ୟା ବାନାର୍ଜୀ ଓ ଟିଏମସିର ବୁଥ ଲେବୁଲ ଏଜେଣ୍ଟ (ବିଏଲଏ) ରାଜୁ ବିଶ୍ୱାସଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ପରିଜନ କହିଛନ୍ତି ଯେ ଅଶୋକ ଦାସଙ୍କ ଉପରେ ଲଗାତାର ଚାପ ପକାଯାଉଥିଲା।

ତାଙ୍କୁ ଭୋଟର ଲିଷ୍ଟରୁ ଅବୈଧ ଭୋଟରଙ୍କ ନାମ ନ କାଟିବା ପାଇଁ ଲଗାତାର ଚାପ ପଡୁଥିଲା। ସେ ଏପରି ନକଲେ ତାଙ୍କ ପତ୍ନୀ ଓ ପିଲାଙ୍କର କ୍ଷତି କରାଯିବ ବୋଲି ଧମକ ଦିଆଯାଉଥିଲା। ପରିଜନଙ୍କ ଅନୁସାରେ ଏହି କଥିତ ଧମକ ଓ ମାନସିକ ଚାପ କାରଣରୁ ଅଶୋକ ଦାସ ଗଭୀର ମାନସିକ ଅଶାନ୍ତିରେ ଥିଲେ। ଏଣୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ମାମଲାରେ ଅଶୋ ଦାସଙ୍କ ପତ୍ନୀଙ୍କ ଦ୍ୱାରା ଜାରି ଏକ ଅଡିଓ ବାର୍ତ୍ତା ଅତ୍ୟନ୍ତ ମାର୍ମିକ ଓ ପୀଡ଼ାଦୟକ ବୋଲି କୁହାଯାଉଛି।

ଅଡିଓରେ ସେ ତାଙ୍କ ପତିଙ୍କ ଉପରେ ହେଉଥିବା ଚାପ, ଡର ଓ ଧମକର ଉଲ୍ଲେଖ କରିଛନ୍ତି। ଅଡିଓ ସାମ୍ନାକୁ ଆସିବା ପରେ ମାମଲା ଆହୁରି ଜଟିଳ ହୋଇପଡିଛି। ଘଟଣା ପୁଣି ଥରେ ରାଜ୍ୟରେ ଭୋଟର ଲିଷ୍ଟର ଶୁଦ୍ଧତା, ନିର୍ବାଚନର ପାରଦର୍ଶିତା ଓ ପ୍ରଶାସନିକ ଅଧିକାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଚିହ୍ନ ଲଗାଇଛି। ବିରୋଧୀ ଏହି ଘଟଣାକୁ ଗଣତନ୍ତ୍ର ଉପରେ ଆକ୍ରମଣ ଅଭିଯୋଗ କରି ମାମଲାର ତଦନ୍ତ ଦାବି କରିଛନ୍ତି। ଏବେ ଏହି ମାମଲାର ଅଧିକାରୀକ ଯାଞ୍ଚ ଦାବି ଜୋର ଧରିଛି ଓ ସବୁ ପକ୍ଷଙ୍କ ଭୂମିକାର ନିରପେକ୍ଷ ଯାଞ୍ଚ ଓ ଗହନ ଯାଞ୍ଚର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଉଛି।