ମହାନଦୀ ଜଳ ବିବାଦ : ଆପୋଷ ଆଲୋଚନା ପାଇଁ କମିଟି ବୈଠକରେ ସହମତି

NEWS7
france-rafel-also-inducted-in-indian-navy-after-airforce

ଭୁବନେଶ୍ବର ୨୩।୧୨: ମହାନଦୀ ଜଳ ବିବାଦ ନେଇ ଏକ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ବସିଥିଲା । ବୈଠକ ପରେ କମିଟି ଅଧ୍ୟକ୍ଷ କେ.ଭି. ସିଂହଦେଓ କହିଛନ୍ତି, ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବ । ଆପୋଷ ଆଲୋଚନା ପାଇଁ ବୈଠକରେ ସହମତି ହୋଇଛି । ବୈଠକରେ ଆଲୋଚନା ହୋଇଥିବା ପ୍ରସଙ୍ଗ ଗଣମାଧ୍ୟମ ପାଇଁ ନୁହେଁ ।

ସେପଟେ କଂଗ୍ରେସ ଓ ବିଜେଡି ସଦସ୍ୟ କହିଛନ୍ତି, ସବୁକିଛି ଲୋକଙ୍କୁ ଜଣାଯାଉ । ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଲେ ଆନ୍ତଃରାଜ୍ୟ ନଦୀ ଜଳ ବିବାଦକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆପୋଷ ସମାଧାନ ହୋଇ ନାହିଁ । ଗତ ସରକାରରେ ଟ୍ରିବ୍ୟୁନାଲ ନିଷ୍ପତ୍ତି ଯଥାର୍ଥ ଥିଲା । ଆଲୋଚନାର ବିଷୟ ବସ୍ତୁ ରାଜ୍ୟବାସୀଙ୍କୁ ଜଣାଯାଉ । ବିଶେଷଜ୍ଞ ମାନଙ୍କ ପରାମର୍ଶ ବି ନିଆଯାଉ । କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଶ କହିଲେ ମହାନଦୀ ଓଡ଼ିଶାର ଜୀବନ ରେଖା । ଏହାର ସ୍ୱାର୍ଥ ଓ ସୁରକ୍ଷା ପାଇଁ ସମସ୍ତେ ମିଳିମିଶି ଲଢ଼ିବା ଉଚିତ । ମହାନଦୀକୁ ନେଇ ଲଢେଇ କରୁଥିବା ସମସ୍ତ ସଂଗଠନକୁ ଏଥିରେ ସାମିଲ କରାଯାଉ । ଆଲୋଚନାର ସମସ୍ତ ପ୍ରସଙ୍ଗ ରାଜ୍ୟବାସୀଙ୍କୁ ଅବଗତ କରାଯାଉ ।

ଭୁବନେଶ୍ବର ସ୍ଥିତ ରାଜୀବ ଭବନ ଠାରେ ମହାନଦୀ ଜଳ ବିବାଦ ନେଇ ଏକ ଉଚ୍ଚସ୍ତରୀୟ କମିଟି ବୈଠକ ବସିଥିଲା । ଏଥିରେ ଯୋଗଦେଇ ଅଧ୍ୟକ୍ଷତା କରିଥିଲେ କେ.ଭି. ସିଂହଦେଓ । ଏହି ବୈଠକରେ ମହାନଦୀକୁ ନେଇ ରହିଥିବା ବିବାଦକୁ କିପରି ଭାବେ ସମାଧାନ କରାଯିବ ସେ ଉପରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ।