ଭୁବନେଶ୍ବର ୧୪।୦୫: ଜ୍ୟୋତିଷ ଦୃଷ୍ଟିକୋଣରୁ ଚଳିତ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସପ୍ତାହରେ ପ୍ରମୁଖ ଗ୍ରହ ଚଳନ ହେବାକୁ ଯାଉଛି । ଯାହା ବିଭିନ୍ନ ରାଶି ଉପରେ ଗଭୀର ପ୍ରଭାବ ପକାଇବେ । ୧୪ ମଇରେ ବୃହସ୍ପତି ମିଥୁନ ରାଶିରେ ଚଳନ କରିବେ । ଆଉ ୧୫ ମଇରେ ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିବେ । ଏହାସହିତ କୁମ୍ଭ ଏବଂ ସିଂହ ରାଶିରେ ରାହୁ ଏବଂ କେତୁଙ୍କର ଚଳନ ହେବ । ତେବେ ସେଲିବ୍ରିଟି ଜ୍ୟୋର୍ତିବିଜ୍ଞାନୀ ପର୍ଦ୍ୟୁମ୍ନ ସୁରୀଙ୍କ ଅନୁଯାୟୀ ଗ୍ରହ ପରିବର୍ତ୍ତନର ପ୍ରଭାବ ବିଶେଷକରି ମେଷ, ସିଂହ ଏବଂ ଧନୁ ରାଶି ଉପରେ ରାଶି ଉପରେ ଦେଖାଯିବ।
ମେଷ: ଆତ୍ମବିଶ୍ୱାସରେ ଉଲ୍ଲେଖନୀୟ ବୃଦ୍ଧି ହେବ । ଯାହା ଆପଣଙ୍କ ବ୍ୟବସାୟକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବ । ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ ପଦୋନ୍ନତି କିମ୍ବା ସେମାନଙ୍କ ଇଚ୍ଛା ଅନୁସାରେ ସୁଯୋଗ ମିଳିପାରେ । ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକରେ ପ୍ରଭାବଶାଳୀ ଲୋକଙ୍କ ସହିତ ସମ୍ପର୍କ ଲାଭଦାୟକ ସାବ୍ୟସ୍ତ ହେବ।
ସିଂହ: ସୂର୍ଯ୍ୟ ଏବଂ ବୃହସ୍ପତିଙ୍କ ଚଳନ ସିଂହ ରାଶିର ଲୋକଙ୍କ ପାଇଁ ଉନ୍ନତି ଏବଂ ଖୁସି ଆଣିପାରେ । ସୂର୍ଯ୍ୟ ଏବଂ ବୃହସ୍ପତିଙ୍କ ଚଳନ କ୍ୟାରିୟର ଏବଂ ବ୍ୟବସାୟରେ ସକାରାତ୍ମକ ପରିବର୍ତ୍ତନ ଆଣିବ। ଏହି ସମୟରେ ଆପଣ ନୂଆ ଯୋଜନା ଉପରେ କାମ କରିବେ । ବ୍ୟବସାୟରେ ଅଟକି ରହିଥିବା ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ ହେବ । ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ଭଲ ପରିବର୍ତ୍ତନର ସମୟ ହେବ।
ଧନୁ: କେବଳ ଏହି ସପ୍ତାହ ନୁହେଁ, ବରଂ ପୁରା ମାସ ପାଇଁ ଧନୁରାଶିଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିବ । ଆପଣ ବ୍ୟବସାୟ କରନ୍ତୁ କିମ୍ବା ଚାକିରି କରନ୍ତୁ, ଆପଣଙ୍କର ନିୟମିତ ଆୟ ବ୍ୟତୀତ ଅତିରିକ୍ତ ଆୟ ଉତ୍ସ ମାଧ୍ୟମରେ ଆପଣଙ୍କର ବ୍ୟକ୍ତିଗତ ସମ୍ପତ୍ତି ବୃଦ୍ଧି ପାଇବ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରାଯାଇପାରିବ । ନିକଟତର ବ୍ୟକ୍ତିଙ୍କ ପାଖରେ ଫସି ରହିଥିବା ଟଙ୍କା ମଧ୍ୟ ଫେରି ପାଇପାଇବେ।