ବଲାଙ୍ଗୀର ୨୬।୦୫ : ବଲାଙ୍ଗୀରରେ ହାତଗୋଡ଼ ବାନ୍ଧି ସାମ୍ବାଦିକଙ୍କୁ ମାଡ଼ ଘଟଣା । ଆକ୍ସନ ମୋଡ଼କୁ ଆସିଛି ପୋଲିସ । ଘଟଣାର ତଦନ୍ତ କରି ୪ ଜଣଙ୍କୁ ଗିରଫ କରି ବଲାଙ୍ଗୀର ପୋଲିସ । ଗିରଫ ବ୍ୟକ୍ତିଙ୍କ ନାମ ଅବିନାଶ ଦଳାଇ, ଆଦିତ୍ୟ ଜେନା, ଗୁମର ନାୟକ, ଗଜେନ୍ଦ୍ର ଦଳାଇ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ପୁଇଁତଳା କୁଲଥିପାଲି ଗାଁରେ ସାମ୍ବାଦିକ ବିଜୟ ପ୍ରଧାନ ଖବର ସଂଗ୍ରହ କରିବାକୁ ଯାଇଥିଲେ । ଏହି ସମୟରେ ସେଠାରୁ ଆକ୍ରମଣ କରାଯାଇଥିଲା । ଏମିତିକି ତାଙ୍କର ହାତଗୋଡ଼ ବାନ୍ଧି ମାଡ଼ ମାରିଥିଲେ । ଏଥିରେ ସାମ୍ବାଦିକ ଜଣଙ୍କ ଗୁରୁତର ହୋଇଥିଲେ । ତେବେ ପୋଲିସ ଘଟଣାର ତଦନ୍ତ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ୪ଜଣଙ୍କ ମଧ୍ୟରେ ମାଷ୍ଟରମାଇଣ୍ଡ ଠିକାଦର ଗଜେନ୍ଦ୍ର ଦଳାଇ ରହିଥିବା ବେଳେ ଆକ୍ରମଣକାରୀ ଅବିନାଶ ଦଳାଇ, ଆଦିତ୍ୟ ଜେନା, ଗୁମର ନାୟକ ରହିଛନ୍ତି ।