ଭୁବନେଶ୍ବର: ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୪ ଦୁର୍ବୃତ୍ତ। ଏଥିରେ ବ୍ୟବସାୟୀ ଜଣକ ଗୁରୁତର ହୋଇପଡ଼ିଛନ୍ତି। ଖବର ପାଇ ପୋଲିସ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ପାହାଳ ଥାନା ରୁଦ୍ରପୁରର ଘଟଣା। ଗୁରୁତର ଆହତ ବ୍ୟବସାୟୀଙ୍କ ନାଁ ଶଙ୍କର। ତାଙ୍କର ଘର ବାଲେଶ୍ବର । ହେଲେ ରୁଦ୍ରପୁରରେ ଭଡ଼ାରେ ରହୁଥିଲେ। ତେବେ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କଲା ପାହାଳ ପୋଲିସ।
ପୂର୍ବରୁ ବୁଧବାର ଭୁବନେଶ୍ବର ବଡ଼ଗଡ଼ରେ ଧନ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ବଡ଼ଗଡ଼ ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ଆକ୍ରମଣ କରିଛନ୍ତି ଦୁଇ ଦୁର୍ବୃତ୍ତ। ଦୁଇ ଭାଇ ବାଇକରେ ଯାଉଥିବାବେଳେ ପଛରୁ ଅନ୍ୟ ଏକ ବାଇକରେ ଆସି ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଏଥିରେ ପଛରେ ବସିଥିବା ରତି ରଞ୍ଜନ ସାହୁ ଆହତ ହୋଇଛନ୍ତି । ରତି ରଞ୍ଜନଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ବଡ଼ଗଡ଼ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସିସିଟିଭି ଆଧାରରେ ଦୁର୍ବୃତ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।