କାମାକ୍ଷାନଗର ୬।୬: ଟ୍ରକ୍କୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ରୋଗୀଙ୍କ ସମତ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ରାଉରକେଲା ଅଞ୍ଚଳର ଏବଂ ସମସ୍ତେ ରୋଗୀଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥ ନୂଆପାଣି ଗାଁ ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ଭୋର ସମୟରେ ଏଭଳି ଦୁର୍ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ଆମ୍ବୁଲାନ୍ସଟି ରାଉରକେଲାରୁ ଭୁବନେଶ୍ୱର ରୋଗୀ ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ତେବେ ୫୩ ନଂ ଜାତୀୟ ରାଜପଥ ନୂଆପାଣି ଗ୍ରାମ ନିକଟରେ ବେଆଇନ ପାର୍କିଂରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ଆମ୍ବୁଲାନ୍ସଟି ପିଟି ହୋଇ ଯାଇଥିଲା । ଦୁର୍ଘଟଣା ଏତେ ଜୋରରେ ଥିଲାଯେ ଆମ୍ବୁଲାନ୍ସଟି ଚୁରମାର ହୋଇଯାଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତ ଆହତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବା ନେଇ ସୂଚନା ମିଳୁଛି । ଆମ୍ବୁଲାନ୍ସ ଡ୍ରାଇଭର ଓ ରୋଗୀଙ୍କ ସମେତ ମୋଟ୍ ୬ ଜଣ ଥିଲେ । ସେଥିମଧ୍ୟରୁ ଦୁଇ ଜଣ ମହିଳା ଥିଲେ ।
ଗୁରୁବାର ରାଉରକେଲାର ବେଞ୍ଜାମିନ ଏକା ନାମକ ଜଣେ ଯୁବକ ଏକ ସଡକ ଦୁର୍ଘଟଣାରେ ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ରାଉରକେଲାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ତେଣୁ ଏକ ଘରୋଇ ଆମ୍ବୁଲାନ୍ସରେ ତାଙ୍କୁ ରାତି ପ୍ରାୟ ୧୨ଟାରୁ ବାହାରି ଭୁବନେଶ୍ୱର ଆସୁଥିବା ସମୟରେ ଦୁଘଟଣା ଘଟିଥିଲା । ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
You Can Read:
RTI ଆକ୍ଟରେ ସୂଚନା ମାଗିଥିଲେ, ଅଧିକାରୀଙ୍କ ସମ୍ମୁଖରେ ଠିକାଦାରଙ୍କ ଦ୍ବାରା ଆକ୍ରମଣର ଶୀକାର ହେଲେ