ମହୁମାଛି ଆକ୍ରମଣରେ ୪ ବରଯାତ୍ରୀ ଗୁରୁତର, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | April 30, 2025 IST

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଜୁନାନି ଗାଁରେ ଅଭାବନୀୟ। ମହୁମାଛି ଆକ୍ରମଣରେ ୪ ବରଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।  

ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ ଜୁନାନି ଗାଁକୁ ଲଇଡ଼ା ଗ୍ରାମରୁ ଏକ ବରଯାତ୍ରୀ ଦଳ ଆସିଥିଲେ। ହେଲେ ଗାଁ ମୁଣ୍ଡରେ ବରଯାତ୍ରୀ ଦଳ ଅଟକି ଜଳଖିଆ ଖାଉଥିବା ସମୟରେ ବାଣ ଫୁଟାଇଥିଲେ। ଆଉ ବାଣ ଫୁଟାଇବା ଯୋଗୁ ନିକଟରେ ଥିବା ବରଗଛରେ ବସା ବାନ୍ଧି ଥିବା ମହୁମାଛି ମାନେ ହଠାତ ବରଯାତ୍ରୀ ଦଳ ଉପରେ ଆକ୍ରମଣ କରିଥିଲେ l

ପ୍ରାୟ ୨୦ ଜଣ ବରଯାତ୍ରୀଙ୍କୁ ମହୁମାଛି ଆକ୍ରମଣ କରିଥିବାବେଳେ ସେଥିମଧ୍ୟରୁ ୪ଜଣ ବରଯାତ୍ରୀ ଗୁରୁତର ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ସୋନପୁର ମୁଖ୍ୟ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ଏବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବାବେଳେ ଅନ୍ୟ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.