LIVE TV

ବିପୁଳ ଜନାଦେଶ ପରେ ଜୟ ଢୋଲକିଆଙ୍କ ପ୍ରତିକ୍ରିୟା, କହିଲେ ଏ ବିଜୟ ନୂଆପଡ଼ାବାସୀଙ୍କର

NEWS7
four-boats-wrecked-in-talsari-high-tide-in-talsari

ଭୁବନେଶ୍ୱର ୧୪/୧୧: ନୂଆପଡ଼ାରେ ବିଜେପିର ଦମ୍‌ଦାର ପ୍ରଦର୍ଶନ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । କହିଲେ ବାପାଙ୍କ ଉପରେ ଯେତିକି ବିଶ୍ୱାସ ଥିଲା ତାଠାରୁ ଅଧିକ ବିଶ୍ୱାସ ମୋ ଉପରେ ଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ । ନୂଆପଡ଼ାରେ ଜାରି ରହିଛି ଭୋଟ ଗଣତି । ୧୪ ତମ ଗଣତି ସୁଦ୍ଧା ୬୮୫୬୪ ଭୋଟରେ ଆଗୁଆ ରହିଥିଲା ବିଜେପି ।

ଏହାପୂର୍ବରୁ ଦଶମ ରାଉଣ୍ଡରେ ୪୬ ହଜାରରୁ ଅଧିକ ଭୋଟ୍‌ରେ ଲିଡ୍ କରିଥିଲା ବିଜେପି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ନୂଆ ପ୍ରାର୍ଥୀ ଜୟ ଢୋଲକିଆ । ସେ କହିଛନ୍ତି ଯେ ଏ ବିଜୟ ବିଜେପିର ନୁହେଁ ଏ ବିଜୟ ନୂଆପଡ଼ାବାସୀଙ୍କର । ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ବିଜେପିରେ ମିଶିବା ସହ ପ୍ରାର୍ଥୀ ହୋଇଥିଲେ ତାଙ୍କ ପୁଅ ଜୟ ଢୋଲକିଆ ।

 

ନୂଆପଡ଼ାରେ ବିଜେପିର ବଡ଼ ଲିଡ୍ ନେବାପରେ ପ୍ରତିକ୍ରିୟା ରଖିଛନ୍ତି ଜୟ ଢୋଲକିଆ । ୨୬ ରାଉଣ୍ଡ ଗଣତିରୁ ଆହୁରି ୧୦ ରାଉଣ୍ଡରୁ ଅଧିକ ଗଣତି ବାକି ଥିବା ବେଳେ ସେ ବିଜେପି ଏଠାରେ ବିଜୟୀ ହୋଇଛି ବୋଲି ଦୃଢ଼ୋକ୍ତି ଦେଇଛନ୍ତି । ସେ କହିଛନ୍ତି ଯେ, "ଏ ବିଜୟ ବିଜେପିର ନୁହେଁ ଏ ବିଜୟ ନୂଆପଡ଼ାବାସୀଙ୍କର ।

ଏସବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ମୋର ବାପା ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଯୋଗୁଁ ସମ୍ଭବ ହୋଇପାରିଛି । ବିଜେପି କେତେ ଲିଡ୍ କହିହେବନି, କିନ୍ତୁ ଏସବୁ ଲୋକଙ୍କ ଆଶୀର୍ବାଦ । ବାପାଙ୍କ ଉପରେ ଯେତିକି ବିଶ୍ୱାସ ଥିଲା ତାଠାରୁ ଅଧିକ ବିଶ୍ୱାସ ମୋ ଉପରେ ଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ।"