ଏହି ଦୁଇ କାରଣରୁ ଆମେରିକା ସହ ସାଲିସ୍ କରିଦେଲେ ପ୍ରଧାନମନ୍ତ୍ରୀ: ରାହୁଲ ଗାନ୍ଧୀ

NEWS7
four-arrested-in-loot-case-in-ganjam-district

ନୂଆଦିଲ୍ଲୀ: ସଂସଦରେ ଚଳିତ ବଜେଟ୍ ଅଧିବେଶନରେ ପୂର୍ବତନ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେଙ୍କ ଲିଖିତ ପ୍ରଶଙ୍ଗକୁ ନେଇ ଅଚଳାବସ୍ଥା ଜାରି ରହିଛି। ମଙ୍ଗଳବାର ରାହୁଲ ଗାନ୍ଧୀ ଭାଷଣ ଆରମ୍ଭରୁ ଦେଶର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ। ଯାହାକୁ ନେଇ ହଙ୍ଗାମା ଆରମ୍ଭ ହୋଇଥିଲା।

ଚୀନ୍ ପ୍ରସଙ୍ଗରେ ରାହୁଲଙ୍କ ଭାଷଣକୁ ଉଭୟ ପକ୍ଷରୁ ହୋହଲ୍ଲା ହୋଇଥିଲା। ଏଥିରେ ରାହୁଲ କହିଛନ୍ତି, "ମୋତେ କହିବାକୁ ଅନୁମତି ଦିଆଯାଉନାହିଁ। ମୁଁ ବିରୋଧୀ ଦଳର ନେତା, କହିବା ମୋର ଅଧିକାର, ହେଲେ ମୋତେ କହିବାକୁ ଦିଆଯାଉ ନାହିଁ।"

ସେହିପରି ଆମେରିକା ସହିତ ହୋଇଥିବା ଟ୍ରେଡ୍ ଡିଲ୍କୁ ନେଇ ରାହୁଲ ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। "ମୋଦୀଙ୍କୁ ଚାପରେ ଆପୋଷ ବୁଝାମଣା କରିବାକୁ ବାଧ୍ୟ କରାଯାଇଛି।" ବୋଲି ରାହୁଲ କହିଛନ୍ତି।

ପ୍ରବଳ ହୋହଲ୍ଲା ପରେ ଗୃହ ୩ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ସଂସଦ ମୁଲତବୀ ହେବା ପରେ, ରାହୁଲ ଗାନ୍ଧୀ ବାହାରେ ମିଡିଆକୁ ପ୍ରତିକ୍ରିୟା ଦେଇ କହିଛନ୍ତି "ପ୍ରଥମେ କଥା ହେଲା ସରକାର ଆମକୁ କହିବାକୁ ଦେଉ ନାହାନ୍ତି। ପ୍ରଧାନମନ୍ତ୍ରୀ ମୋଦି ଭୟଭୀତ ଅଛନ୍ତି। ତାଙ୍କ ଉପରେ ବହୁତ ଚାପ ଅଛି। ବିରୋଧୀ ଦଳ ନେତାଙ୍କୁ ଗୃହରେ କହିବାକୁ ଦିଆଯାଉନାହିଁ।"

ପ୍ରଧାନମନ୍ତ୍ରୀଙ୍କୁ କମ୍ପ୍ରମାଇଜ୍ କରିଦିଆଗଲା।

ରାହୁଲ ଗାନ୍ଧୀ କହିଛନ୍ତି, "ମୋଦୀ ଭୟଭୀତ ଅଛନ୍ତି। ଗତ ୪ ମାସ ଧରି ଅଟକି ରହିଥିବା (ଆମେରିକା-ଭାରତ) ବାଣିଜ୍ୟ ଚୁକ୍ତିନାମାକୁ ଗତକାଲି ରାତିରେ ନରେନ୍ଦ୍ର ମୋଦି ସାଇନ କରିଛନ୍ତି। ତାଙ୍କ ଉପରେ ପ୍ରବଳ ଚାପ ରହିଛି।" ରାହୁଲ ଆହୁରି କହିଛନ୍ତି, " ନରେନ୍ଦ୍ର ମୋଦିଙ୍କ ଛବି ଏକ ବେଲୁନ ପରି, ଯାହା ହଜାର ହଜାର କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଇଛି, ତାହା ଏବେ ଫାଟିଯାଇପାରେ। ପ୍ରସଙ୍ଗଟି ନରୱଣେଙ୍କ ବକ୍ତବ୍ୟ ନୁହେଁ, ଏହା ଏକ ଶାଇଡ୍ ଶୋ। ଏହା ମୁଁ ବି ଜାଣିଛି ସେ ମଧ୍ୟ ଜାଣନ୍ତି।"

ଟ୍ରେଡ୍ ଡିଲ୍କୁ ଗୁରୁତ୍ୱର ନେଇ ରାହୁଲ କହିଛନ୍ତି “ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମ ପ୍ରଧାନମନ୍ତ୍ରୀତ୍ୱ ସହ ସାଲିସ୍ କରିଦିଆଗଲା। । ଏହା କିପରି ହେଲା ଏବଂ କିଏ କଲା? ଜନସାଧାରଣ ତାହା ବିଚାର କରିବା ଉଚିତ।” ପ୍ରଥମ ଥର ରାଷ୍ଟ୍ରପତିଙ୍କ ଭାଷଣ ଉପରେ ବିରୋଧୀ ଦଳର ନେତାଙ୍କୁ କହିବାକୁ ସୁଯୋଗ ଦିଆଗଲା ନାହିଁ ବୋଲି ରାହୁଲ କହିଛନ୍ତି।

ଆମେରିକା ସହ ଟ୍ରେଡ୍ ଡିଲ୍ ନେଇ ରାହୁଲ ଆହୁରି କହିଛନ୍ତି “ନରେନ୍ଦ୍ର ମୋଦି ଏହି ବାଣିଜ୍ୟ ଚୁକ୍ତିରେ ଆପଣମାନଙ୍କର କଠିନ ପରିଶ୍ରମକୁ ବିକ୍ରି କରିଦେଇଛନ୍ତି, କାରଣ ତାଙ୍କୁ ସାଲିସ କରିବାକୁ ପଡ଼ିଛି। ସେ ଆପଣଙ୍କୁ ବିକ୍ରି କରି ନାହାଁନ୍ତି, ବରଂ ସେ ଦେଶକୁ ବିକ୍ରି କରିଦେଇଛନ୍ତି। ସେଥିପାଇଁ ସେ ମୋତେ ସେଠାରେ କହିବାକୁ ଦେଉନାହାଁନ୍ତି। ନରେନ୍ଦ୍ର ମୋଦି ଭୟଭୀତ କାରଣ ଯେଉଁମାନେ ତାଙ୍କର ଭାବମୂର୍ତ୍ତି ନିର୍ମାଣ କରିଥିଲେ ସେମାନେ ଏବେ ଏହାକୁ ହରାଇବାକୁ ଯାଉଛନ୍ତି।”

ଡିଲ୍କୁ ନେଇ ଏହି ଦୁଇ ପ୍ରେସର ପଏଣ୍ଟ କହିଲେ ରାହୁଲ

ମୋଦୀଙ୍କ ଉପରେ କେଉଁ ଚାପ ପଡ଼ିଛି ସେ ନେଇ ରାହୁଲ କହିଛନ୍ତି, "ଆମେରିକାରରେ ଆଦାନୀ ବିରୁଦ୍ଧରେ ଏକ ମାମଲା ଅଛି, ଯାହା ପ୍ରକୃତରେ ମୋଦିଙ୍କ ବିରୁଦ୍ଧରେ ମାମଲା। ଏପଷ୍ଟିନ ଫାଇଲରେ ଆହୁରି ବହୁତ କିଛି ଅଛି ଯାହା ଆମେରିକା ଏପର୍ଯ୍ୟନ୍ତ ପ୍ରକାଶ କରିନାହିଁ। ଏହା ମଧ୍ୟ ଚାପ ସୃଷ୍ଟି କରୁଛି। ପ୍ରେସରର ଏହି ଦୁଇ ପଏଣ୍ଟକୁ ଦେଶ ବୁଝିବା ଉଚିତ।"