ଗନ୍ ପଏଣ୍ଟରେ ଲୁଟ୍ ଘଟଣାର ପର୍ଦ୍ଦାଫାଶ, ବନ୍ଧାହେଲେ ୪ ଡକାୟତ

Published By : Prameya-News7 Bureau | November 23, 2024 IST

ଟାଙ୍ଗୀ ୨୩।୧୧: ବାଣପୁରରେ ଫାୟାରିଂ କରି ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ । ଧରା ହେଲେ ୪ ଡକାୟତ । ୫ଟି ଦେଶୀ ବନ୍ଧୁକ ଜବତ । ୯ଟି ଦେଶୀ ଗୁଳି ଜବତ l ନଗଦ ୧ ଲକ୍ଷ ୧୭ ହଜାର ଟଙ୍କା ଏବଂ ୬ ଲକ୍ଷ ଟଙ୍କାର ବ୍ଲାଙ୍କ୍ ଚେକ୍ ଜବତ ହୋଇଛି । ଗୋଟିଏ ଦେଶୀ ଚାକୁ ସହିତ ୨ଟି ଦେଶୀ ଭୁଜାଲି ଏବଂ ୪ଟି ମୋବାଇଲ ଫୋନ୍ ଜବତ । ଡକାୟତି ଘଟଣାରେ ବ୍ୟବହୃତ ଗୋଟିଏ ମୋଟର ସାଇକେଲ୍ ଓ ପିକଅପ୍ ଭ୍ୟାନ୍ ଜବତ ହୋଇଛି । ଗତ ୧୯ ତାରିଖ ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ବାଇପାସ୍ ଛକ ନିକଟରେ ଫାୟାରିଂ କରି ୮ ଲକ୍ଷ ୩୦ ହଜାର ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ବାଣପୁର ପୋଲିସ । 

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଚଣ୍ଡେଶ୍ୱର ଛକ ନିକଟରେ ଥିବା ଶ୍ରୀ ଶ୍ରୀ ଚଣ୍ଡୀହର ଦେବ ରାଇସ୍ ମିଲର ୨ ଜଣ କର୍ମଚାରୀ ଏକ କାର୍ ଯୋଗେ ବିଭିନ୍ନ ସ୍ଥାନରୁ ବକେୟା ଟଙ୍କା ଆଦାୟ କରି ୨ଟି ବ୍ୟାଗ୍‌ରେ ୮ ଲକ୍ଷ ୩୦ ହଜାର ଟଙ୍କା ଧରି ଫେରୁଥିଲେ । ଏହି ସମୟରେ ୩ ଜଣ ଲୁଟେରା ଏକ ବାଇକ୍ ଯୋଗେ ଆସି କାର୍ କାଚ ଭାଙ୍ଗିଥିଲେ । ୩ ରାଉଣ୍ଡ ବ୍ଲାଙ୍କ୍ ଫାୟାରିଂ କରି ଟଙ୍କା ଭର୍ତ୍ତି ଥିବା ୨ଟି ବ୍ୟାଗ୍ ସହିତ ମୋବାଇଲ ଫୋନ୍ ଲୁଟ୍ କରି ଚମ୍ପଟ ମାରିଥିଲେ ।

You Can Read:

ପ୍ରମିଳାଙ୍କୁ ଜବାବ ଦେଲେ ହିମାଂଶୁ, କହିଲେ- ‘ବରିଷ୍ଠ ବିଧାୟିକା ଭାବରେ ସମ୍ବେଦନଶୀଳ ହେବା କଥା’

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.