ବନ୍ଧୁକ ଧରି ଚାଲିଥିଲା କୋରେକ୍ସ କାରବାର : ଧରାପଡ଼ିଲେ ୫ ବେପାରୀ

NEWS7
forteen-students-left-hostel-for-food-bdo-gave-investigation-order

ଅତାବିରା ୧୪।୨: ବନ୍ଧୁକ ଧରି ଚାଲିଥିଲା କୋରେକ୍ସ କାରବାର । ବରଗଡ଼ରୁ ପୁଣି ବନ୍ଧୁକ ସହ କୋରେକ୍ସ ଓ ବ୍ରାଉନସୁଗାର ଜବତ । ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ଠାରୁ ୧୭୮ ବୋତଲ କୋରେକ୍ସ ସହ ୪୩ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ସେମାନଙ୍କ ନିକଟରୁ ବନ୍ଧୁକ ଓ ଅଫୁଟା ଗୁଳି, ବାଇକ୍, କାର୍ ମଧ୍ୟ ଜବତ ହୋଇଛି ।

ଏ ଖବର ବି ପଢ଼ନ୍ତୁ:- ବସ୍‌କୁ ଓଭରଟେକ୍ କରି ପାହାଡରେ ଧକ୍କା ହେଲା ‘ବିକ୍ରାନ୍ତ’, ୩୦ରୁ ଅଧିକ ଯାତ୍ରୀ ଆହତ

ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲାରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଥିବା ବେଳେ ବର୍ତ୍ତମାନ ବରଗଡ଼ ପୋଲିସ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଅଣ୍ଟା ଭିଡ଼ିଛି । ବିଭିନ୍ନ ଥାନା ଅଞ୍ଚଳରେ ନାକା କରାଯିବା ସହିତ ଅପରାଧିକ ମାମଲାରେ ଲିପ୍ତ ରହୁଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରିଛି ବରଗଡ଼ ପୋଲିସ । ଆଜି ସଫଳତା ମଧ୍ୟ ପାଇ ପାରିଛି । ଦୀର୍ଘ ଦିନ ଧରି କୋରେକ୍ସ ଓ ବ୍ରାଉନସୁଗାର ଯୋଗାଇ ଆସୁଥିବା ଦୁର୍ବୃତ୍ତ ମାନଙ୍କୁ କାବୁ କରିଛି ବରଗଡ଼ ପୋଲିସ । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚେକିଂ ଜାରି ରଖିଥିବା ବେଳେ ମିଳିଛି ବଡ଼ ସଫଳତା । ୫ ଜଣ ନିଶା ବେପାରୀଙ୍କୁ କାବୁ କରିଛି ବରଗଡ଼ ପୋଲିସ । ଏହାସହ ଦେଶୀ ବନ୍ଧୁକ ଓ ଦୁଇଟି ଅଫୁଟା ଗୁଳି ମଧ୍ୟ ଜବତ କରିଥିବା ବେଳେ ଗୋଟିଏ କାର୍ ଓ ବାଇକ୍ ମଧ୍ୟ ଜବତ କରିଥିବା ବରଗଡ଼ ଏସ୍ପି ପ୍ରହଲ୍ଲାଦ ସାଏ ମୀନା ସୂଚନା ଦେଇଛନ୍ତି ।

​​​​​​​ଏ ଖବର ବି ପଢ଼ନ୍ତୁ:- ରାଜ୍ୟସଭା ପ୍ରାର୍ଥୀ ନେଇ ପରୋକ୍ଷରେ ପୁରୁଖା ନେତାଙ୍କୁ ସମର୍ଥନ ଦେଲେ ଅଶୋକ ପଣ୍ଡା​​​​​​​