LIVE TV

ନୂଆପଡ଼ାରେ ଟାର୍ଗେଟ୍ କଲେ ନବୀନ, କହିଲେ- ପ୍ରାର୍ଥୀ ଚୋରି କରିବେ, ଭୋଟରଙ୍କ ହୃଦୟ ଜିତିପାରିବେନି

NEWS7
former-team-india-captain-msd-scheduled-to-leave-for-chennai-covid-test-negative

ନୂଆପଡ଼ା ୭୧୧: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ୍ ମାଗିଛନ୍ତି ନବୀନ । ପ୍ରଥମେ ରୋଡ୍ ଶୋ’ ପରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି ବିଜେଡି ସୁପ୍ରିମୋ । ଏହି ସଭାରେ ସାଧାରଣ ନିର୍ବାଚନ ବେଳେ ସରକାରୀ ଦଳ ଦେଇଥିବା ପ୍ରତିଶ୍ରୁତିକୁ ନେଇ ଟାର୍ଗେଟ୍ କଲେ ନବୀନ ।

ନବୀନ କହିଛନ୍ତି, ରାଜୁ ଭାଇଙ୍କୁ ମୋ କ୍ୟାବିନେଟ୍‌ରେ ମନ୍ତ୍ରୀ କରିଥିଲି ନୂଆପଡ଼ାର ବିକାଶରେ ସହଯୋଗ କରିଥିଲି । ବିଜେଡ଼ି କଥାରେ ନୁହେଁ କାମରେ ବିଶ୍ୱାସ କରେ ନୂଆପଡ଼ାରେ ବିଜୁ ଏକ୍ସପ୍ରେସ୍ ଓ୍ବେ, ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, ଆଦିବାସୀ କଲ୍ୟାଣରେ ବିକାଶ ହେଉଥିଲା କିନ୍ତୁ ଏବେ ସବୁ ବନ୍ଦ ଏବେ ବିକାଶ ହେଉନି । ମିଥ୍ୟା ପ୍ରତିଶ୍ରୁତିରେ ସରକାର ଚଳେନି । ୫୦୦ ଦିନରେ ସରକାର କଣ କରିଛନ୍ତି । ୩୦୦ ୟୁନିଟ ବିଜୁଳି ମିଳିଲା କି ? ଚାଷୀଙ୍କୁ ୟୁରିଆ ମିଳିଲା କି ? ଯୁବକଙ୍କୁ ନିଯୁକ୍ତି, କଟନୀ ଛଟନୀ ବନ୍ଦ ହେଲା କି ? ତେବେ କଣ ମିଳିଲାମିଳିଲା କେବଳ ଧୋକା, ଡବଲ ଧୋକା

ଗତ ୩ ତାରିଖରେ କୋମନା ଆସିଥିଲି ଲୋକ ଯେମିତି ଅଧିକ ନ ହେବେ, ସବୁ ପ୍ରକାର ଚେଷ୍ଟା କରିଥିଲେ ଲୋକ ଭାରି ସଂଖ୍ୟାରେ ଆସିଲେ ସେଥିପାଇଁ କୋମନା ଭୋଟରଙ୍କୁ ଧନ୍ୟବାଦ । ପ୍ରାର୍ଥୀ ଚୋରି କରିବେ ଭୋଟରଙ୍କ ହୃଦୟ ଜିତିପାରିବେନି କୋମନାରେ ଭୋଟରଙ୍କ ମନରେ ଯେଉଁ ଦୁଃଖ ଆକ୍ରୋଶ ଥିଲା ତାହା ଆଜି ବି ଦେଖିପାରୁଛି ଆପଣଙ୍କ ଏବଂ ମୋ ସହିତ ବେଇମାନି ହୋଇଛି ବୋଲି ନବୀନ କହିଛନ୍ତି ।