ମାଲକାନଗିରି ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲା : ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ

Published By : Prameya-News7 Bureau | June 12, 2025 IST

ମାଲକାନଗିରି ୧୨: ମାଲକାନଗିରି ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ । ମନୀଷଙ୍କୁ ଜାମିନ ପ୍ରଦାନ କଲେ ମାଲକାନଗିରି SDJM କୋର୍ଟ । ୫୦ ହଜାର ଟଙ୍କାର ୨ଟି ମୁଚାଲିକା ବଦଳରେ ତାଙ୍କୁ ଜାମିନ ମିଳିଛି । ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ମନୀଷ ଅଗ୍ରୱାଲଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି ।

ଗୁରୁବାର ମାଲକାନଗିରି SDJM କୋର୍ଟରେ ହାଜର ହୋଇଥିଲେ ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ । ୫୦ ହଜାର ଟଙ୍କାର ଦୁଇଟି ମୁଚାଲିକା ବଦଳରେ ମନୀଷ ଅଗ୍ରୱାଲଙ୍କୁ ଜାମିନ ଦେଲେ ମାଲକାନଗିରି SDJM କୋର୍ଟ । ଜିଲ୍ଲାପାଳଙ୍କ ତତ୍କାଳୀନ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ଆଇଏଏସ୍ ମନୀଷ ଅଗ୍ରୱାଲଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି ।

ପୂର୍ବରୁ ମାଲକାନଗିରି SDJM କୋର୍ଟ ତାଙ୍କୁ ବାରମ୍ବାର ସମନ ଜାରି କରିଥିଲେ ହେଁ ମନୀଷ ଅଗ୍ରୱାଲ କୋର୍ଟରେ ହାଜର ହୋଇନଥିଲେ । ଶେଷରେ ସୁପ୍ରିମକୋର୍ଟରୁ ଅଗ୍ରୀମ ଜାମିନ ନେଇ ମାଲକାନଗିରି SDJM  କୋର୍ଟରେ ହାଜର ହୋଇଥିଲେ ମନୀଷ ଅଗ୍ରୱାଲ । ଆଉ ତାଙ୍କୁ ଜାମିନ ମଧ୍ୟ ମିଳିଯାଇଛି ।

You Can Read:

ଦୁଇ ବାଇକ୍ ମଧ୍ୟରେ ଧକ୍କା : ଦୁଇ ମୃତ, ଜଣେ ଗୁରୁତର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.