Live Live
LIVE

T-୨୦ World Cup prize money: କେବଳ ଭାରତ ନୁହେଁ, ନ୍ୟୁଜିଲ୍ୟାଣ୍ଡ ବି ହୋଇଗଲା ଧନୀ

NEWS7
former-chief-minister-vijay-rupani-and-deputy-chief-minister-nitin-patels-announcement-uncontested-gujarat-elections

ନୂଆଦିଲ୍ଲୀ ୦୯/୦୩: ଇତିହାସ ରଚିଛି ଟିମ୍ ଇଣ୍ଡିଆ । ପ୍ରଥମ ଦଳ ଭାବେ ସର୍ବାଧିକ ତୃତୀୟ ଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି । ପ୍ରଥମ ଡିଫେଣ୍ଡିଂ ଚାମ୍ପିଅନ ଦଳ ଭାବେ ମଧ୍ୟ ବିଶ୍ୱକପ୍ ଟାଇଟଲ ବଜାୟ ରଖିଛି । ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ ରବିବାର ଅନୁଷ୍ଠିତ ଫାଇନାଲ୍ ମୁକାବିଲାରେ ଭାରତ ୯୬ ରନ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟାଇଟଲ୍ ବଜାୟ ରଖିଛି ।

ଏହି ଐତିହାସିକ ପ୍ରଦର୍ଶନ ପରେ, ଟିମ୍ ଇଣ୍ଡିଆ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଠାରୁ ରେକର୍ଡ ବ୍ରେକିଂ ପୁରସ୍କାର ରାଶି ପାଇଛି । ଦଳକୁ ବିଶ୍ୱକପ୍ ଟ୍ରଫି ସହ ମୋଟ ୨୭.୪୮ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଟିମ୍ ଇଣ୍ଡିଆ ଉପରେ ଟଙ୍କା ବର୍ଷା-ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପ୍ରାୟ ୧୨୦ କୋଟି ଟଙ୍କା ପୁରସ୍କାର ରାଶି ସ୍ଥିର କରିଥିଲା ।

ଯେଉଁଥିରେ ଚାମ୍ପିଅନ ଦଳ ସର୍ବାଧିକ ଅଂଶ ପାଇଥିଲା । ଭାରତୀୟ ଦଳ ବିଜେତା ଭାବରେ ୨୭.୪୮ କୋଟି ଟଙ୍କା ପାଇଛି । ଏହା ପୂର୍ବ ସଂସ୍କରଣ ତୁଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି, ଯେତେବେଳେ ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟ ଜିତିବା ପାଇଁ ୨.୩୪ ମିଲିୟନ ଆମେରିକୀୟ ଡଲାର ପାଇଥିଲା । 

ସେହିପରି ନ୍ୟୁଜିଲାଣ୍ଡ ଦଳ ରନର୍ସ ଅପ୍ ହେବା ସହ ୧୪.୬୫ କୋଟି ଟଙ୍କା ପାଇଛି । ଟୁର୍ଣ୍ଣାମେଣ୍ଟରେ ପାଖାପାଖି ୧୨୦ କୋଟି ଟଙ୍କାର ପୁରସ୍କାର ରାଶି ରଖାଯାଇଥିଲା । ସେମି ଫାଇନାଲ୍‌ରେ ପରାଜିତ ହୋଇଥିବା ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ଦଳକୁ ୭.୨୪ କୋଟି ଟଙ୍କା ଲେଖାଏଁ ମିଳିଥିବାବେଳେ ସୁପର-୮ରେ ପହଞ୍ଚି ଥିବା ଦଳଗୁଡ଼ିକୁ ୩.୪୮ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିବା ଦଳଗୁଡ଼ିକୁ ୨.୨୯ କୋଟି ଟଙ୍କା ପାଇଥିଲେ ।