ପୋଲିସକୁ ବାଉଳା କରୁଛି ପ୍ରେମିକା ରଶ୍ମିତା… ଲାଏ ଡିଟେକ୍ସନ ଟେଷ୍ଟ ଓଗାଳିବ ସତ

NEWS7
former-aiims-director-randeep-guleria-took-voluntary-retirement

ଭୁବନେଶ୍ୱର ୨୧।୦୧ : ୨୦୧୯ ବଳରାମ ସାହାଣୀ ନିଖୋଜ ମାମଲା । ସାମ୍ନାକୁ ଆସିବ ସତ । ପ୍ରେମିକା ରଶ୍ମିତା ସ୍ୱାଇଁର ଲାଏ ଡିଟେକ୍ସନ ଟେଷ୍ଟ କରିବାପୋଲିସ । ଏନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଖୁବଶୀଘ୍ର କୋର୍ଟରେ ଆବେଦନ କରିବ ଚନ୍ଦକା ଥାନା ପୋଲିସ ।

୨୦୧୯ ମସିହା । ବ୍ୟବସାୟୀ ବଳରାମ ସାହାଣୀଙ୍କୁ କରାଯାଇଥିଲା ଅପହରଣ । ଏହି କିଡନାପ ପଛରେ ବଳରାମଙ୍କ ଗାର୍ଲଫ୍ରେଣ୍ଡ ଥିବା ପୋଲିସ ସନ୍ଦେହ କରିଥିଲା । ପରେ ଘଟଣାର ତଦନ୍ତ କରି ପୋଲିସକୁ ବଳରାମଙ୍କ ପ୍ରେମିକାଙ୍କୁ ଗିରଫ କରିଥିଲା । ଦୁଇଦିନିଆ ରିମାଣ୍ଡରେ ବି ନେଇଥିଲା ପୋଲିସ । ଏହି ରିମାଣ୍ଡ ସମୟରେ ଅପହୃତ ବଳରାମଙ୍କ ସଂପର୍କରେ କୌଣସି ତଥ୍ୟ ଦେଇନଥିଲେ ପ୍ରେମିକା ରଶ୍ମିତା । ରିମାଣ୍ଡ ସମୟରେ ପୋଲିସକୁ ମିଛ କଥା କହି ବାଉଳା କରିଥିଲେ । ପ୍ରଥମେ ବଳରାମ ମୃତ ବୋଲି କହିଥିଲେ, ହେଲେ ପରେ ବଳରାମ ଜୀବିତ ବୋଲି କହିଥିଲେ ରଶ୍ମିତା । ମୃତ କି ଜୀବିତର କୌଣସି ସଠିକ୍‌ ପ୍ରମାଣ ଦେଇପାରିନଥିଲେ ରଶ୍ମିତା । ଆଉ ଏବେ ପୋଲିସ ପ୍ରେମିକା ରଶ୍ମିତା ସ୍ୱାଇଁଙ୍କର ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ଯୋଜନା କରୁଛି । ଲାଏ ଡିଟେକ୍ସନ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିବ ଚନ୍ଦକା ଥାନା ପୋଲିସ । ତେବେ ୭ ବର୍ଷ ତଳର ପୁରୁଣା କେସ୍‌ର ଖୁଲାସା କେମିତି କରିବ କମିଶନରେଟ୍‌ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି ।