ରବି ଧାନ ପାଇଁ ପଞ୍ଜୀକରଣ ସରିଛି, ସପ୍ତାହେ ଭିତରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ : ଖାଦ୍ୟ ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | May 08, 2025 IST

ଭୁବନେଶ୍ବର ୮: ରବି ଧାନ ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ରବି ଧାନ ପାଇଁ ପଞ୍ଜୀକରଣ ସରିଛି । ଏଥର ଆମେ ୨୦ଟି ଜିଲ୍ଲାକୁ ନେଇଛୁ । ଆଗରୁ ୧୭ ଜିଲ୍ଲାରେ ପଞ୍ଜୀକରଣ ହେଉଥିଲା । ପଞ୍ଜୀକରଣ ପରେ ସାଟେଲାଇଟ୍ ସର୍ଭେ କରାଯିବ । ସପ୍ତାହେ ଭିତରେ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା । ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ମଣ୍ଡି ଦାୟିତ୍ୱରେ ରହିବେ ନୋଡାଲ ଅଫିସର । ଆମର ଟାର୍ଗେଟ୍ ୧୫ ଲକ୍ଷ ମେଟ୍ରିକ୍ ଟନ୍ ରହିଛି । ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି । କଟନୀ ଛଟନୀ କରାଇ ଦିଆଯାଇନାହିଁ । ଅସାଧୁ ମିଲର ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।


You Can Read:

ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଓଡ଼ିଶା, କଳାବଜାରୀକୁ ପ୍ରଶ୍ରୟ ଦିଆଯିବନି : କୃଷ୍ଣଚନ୍ଦ୍ର ପାତ୍ର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.