ଖାଲିଦା ଜିୟାଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେଲେ ଜୟଶଙ୍କର, ଭେଟ ହୋଇଗଲେ ପାକିସ୍ତାନ ବାଚସ୍ପତି

NEWS7
food-and-supply-minister-said-onion-price-will-be-increase

ଢାକା ୩୧।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ମୁଖ୍ୟ ବେଗମ ଖାଲିଦା ଜିୟାଙ୍କର ୩୧ ଜାନୁୟାରୀ ବୁଧବାର ଶେଷ କୃତ୍ୟ ଅନୁଷ୍ଠିତ ହୋଇଛି। ସମ୍ପୂର୍ଣ୍ଣ ରାଜକୀୟ ମପର୍ଯ୍ୟଦାରେ ତାଙ୍କର ଅନ୍ତ୍ୟେଷ୍ଟି ଆୟୋଜିତ ହୋଇଛି। ଏହି ଅବସରରେ ଭାରତ ପକ୍ଷରୁ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ଯୋଗ ଦେଇଥିବା ବେଳେ ବିଏନପି କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରହେମାନଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଶୋକବାର୍ତ୍ତା ପ୍ରଦାନ କରିଛନ୍ତି।

ବାଂଲାଦେଶରେ ଖାଲିଦା ଜିୟାଙ୍କ ବିୟୋଗରେ ୩ ଦିନିଆ ଜାତୀୟ ଶୋକ ଘୋଷଣା ହୋଇଥିବା ବେଳେ ବିଏନପି ପକ୍ଷରୁ ୭ ଦିନିଆ ଶୋକ ଦିବସ ପାଳନ କରାଯାଉଛି। ଖାଲିଦା ଜିୟାଙ୍କ ଅନ୍ତ୍ୟେଷ୍ଟିରେ ତାଙ୍କର ହଜାର ହଜାର ସମର୍ଥକଙ୍କ ସମେତ ବିଦେଶୀ ପ୍ରତିନିଧି ‘ଜନାଜେ ନମାଜ’ରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ଢାକା ସଂସଦ ପରିସରସ୍ଥିତ ସାଉଥ ପ୍ଲାଜାରେ ଅନୁଷ୍ଠିତ ହୋଇଛି। ପରେ ଖାଲିଦା ଜିଆୟଙ୍କୁ ତାଙ୍କ ସ୍ୱାମୀ ତଥା ପୂର୍ବତନ ରାଷ୍ଟ୍ରପତି ଜିୟାଉର ରହେମାନଙ୍କ କବର ନିକଟରେ ‘ସୁପୁର୍ଦ୍ଦ-ଏ-ଖାକ’ କରାଯାଇଛି।

ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଶୋକ ବାର୍ତ୍ତାରେ ଖାଲିଦା ଜିୟାଙ୍କ ରାଜନୈତିକ ଯୋଗଦାନ ଓ ଗଣତାନ୍ତ୍ରିକ ମୂଲ୍ୟଗୁଡିକ ପ୍ରତି ତାଙ୍କ ନିଷ୍ଠାକୁ ସ୍ମରଣ କରାଯାଇଛି। ଏହି ଅବସରରେ ଜୟଶଙ୍କର ବାଂଲାଦେଶ ବୈଦେଶିକ ମନ୍ତ୍ରୀ ତୌହୀଦ ହୁସେନଙ୍କୁ ଭେଟିଛନ୍ତି ଓ ଦୁଇ ଦେଶଙ୍କ ଦ୍ୱିପାକ୍ଷୀୟ ସମ୍ପର୍କ ଉପରେ ଆଲୋଚନା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଏକ ମଜାଦାର ଘଟଣା ଘଟିଛି। ଜୟଶଙ୍କରଙ୍କ ସାମ୍ନା ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିର ବାଚସ୍ପତି ଅୟାଜ ସାଦ୍ଦିକଙ୍କ ସହ ହୋଇଛି, ଯିଏ ଖାଲିଦା ଜିୟାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିଲେ। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ଦୁଇ ନେତା ପରସ୍ପରକୁ ସାମ୍ନାରେ ଦେଖି ହାତ ମିଳାଇଛନ୍ତି ଏବଂ ଔପଚାରିକ କଥାବାର୍ତ୍ତା ହୋଇଛନ୍ତି। ଏହା ପରେ ଉଭୟ ନିଜନିଜ ସ୍ଥାନକୁ ଫେରି ଯାଇଥିଲେ।