ସୁବର୍ଣ୍ଣରେଖା ନଦୀରେ ଷଷ୍ଠ ଥର ଆସିଲା ବନ୍ୟାଜଳ, ବଡ଼ ବନ୍ୟା ଆଶଙ୍କା

Published By : Prameya-News7 Bureau | August 24, 2025 IST

ଭୋଗରାଇ ୨୪।୮: ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀରେ ଷଷ୍ଠ ଥର ପାଇଁ ବନ୍ୟା ଜଳ ପ୍ରବାହିତ ହେଉଛି । ଏହି ବନ୍ୟା ବଡ ବନ୍ୟା ବୋଲି ଆଶଙ୍କା କରାଯାଉଛି । ତେବେ ସୁବର୍ଣ୍ଣରେଖା ନଦୀର ରାଜଘାଟ ନିକଟରେ ବିପଦ ସଂକେତ ୧୦.୩୬ ଥିବା ବେଳେ ସକାଳ ୮ଟା ସୁଦ୍ଧା ୧୦.୬୨ରେ ପାଣି ପ୍ରବାହିତ ହେଉଛି । ବର୍ତ୍ତମାନ ନଦୀରେ ପାଣି ବଢ଼ି ଭୋଗରାଇ ବ୍ଲକର କୁମ୍ଭୀରଗଡି ଓ ଆରୁହାବର୍ତ୍ତୀ ପଞ୍ଚାୟତର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ମାଡିବା ଆରମ୍ଭ କରିଛି । ଆଗାମୀ ୧୨ଟା ସୁଦ୍ଧା ବିଭିନ୍ନ ତଳିଆ ଗାଁ ପାଣି ଛୁଇଁବ ବୋଲି ଆଶଙ୍କା କରାଯାଉଛି ।

ସେପଟେ, ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀରେ ନଦୀରେ ବଢୁଛି ଜଳସ୍ତର । ଭଦ୍ରକ ଜିଲ୍ଲାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ । ତେବେ ଶନିବାର ରାତିରୁ ଜଳସ୍ତର ହ୍ରାସ ପାଉଛି । ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ସକାଳ ୯ଟା ସୁଦ୍ଧା ୧୮.୫୧ ମିଟରରେ ଜଳ ପ୍ରବାହିତ ହେଉଛି । 

କେନ୍ଦୁଝର ଓ ଆନନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ପୁଣି ବୈତରଣୀ ନଦୀ ଫୁଲୁଛି । ତେବେ ଶନିବାର ବିଳମ୍ବିତ ରାତିରେ ବୈତରଣୀ ନଦୀ ୧୮.୫୫ ମିଟରରେ ପ୍ରବାହିତ ହୋଇଥିବା ବେଳେ ଧୀରେ ଧୀରେ ଜଳସ୍ତର ହ୍ରାସ ହେଉଛି । ଜିଲ୍ଲାରେ ରାତିରେ ବର୍ଷା ହେଉଥିବା ବେଳେ ସକାଳୁ ବର୍ଷାର ପରିମାଣ କମିଛି । ବୈତରଣୀ ନଦୀର କଣ୍ଟି ଘାଇ ଦେଇ ବନ୍ୟାଜଳ ବାହାରିଥିଲେ ମଧ୍ୟ ଜନବସତିକୁ ପ୍ରଭାବିତ କରିନାହିଁ ।

You Can Read:

ଉପରମୁଣ୍ଡରେ ଲାଗି ରହିଛି ବର୍ଷା, ବୈତରଣୀରେ ବଢୁଛି ଜଳସ୍ତର


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.