ଭଦ୍ରକ ୭।୭: ଭଦ୍ରକ ଜିଲ୍ଲାରେ ବୈତରଣୀ ନଦୀରେ ଜଳସ୍ତର ସତର୍କ ସଙ୍କେତ ଉପରେ ଓ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ତେବେ ଏପର୍ଯ୍ୟନ୍ତ ବୈତରଣୀ ନଦୀରେ ବନ୍ୟାଜଳ ସ୍ଥିର ରହିଛି ।
ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ ତଳେ ଓ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ବିପଦ ସଙ୍କେତ ୧୮.୩୩ ଥିବା ବେଳେ ଏପର୍ଯ୍ୟନ୍ତ ୧୮.୦୭ ମିଟରରେ ବୈତରଣୀ ନଦୀ ପ୍ରବାହିତ ହେଉଛି । ଆଖୁଆପଦା ଠାରେ ସତର୍କ ସଙ୍କେତ ହେଉଛି ୧୭.୮୩ ମିଟର ।
ତେବେ ଉପରମୁଣ୍ଡରେ ବୈତରଣୀରେ ଜଳସ୍ତର କମୁଥିବା ଯୋଗୁଁ ଆନିକଟ୍ ଠାରେ ଜଳସ୍ତର କମ୍ ହେବ ବୋଲି ଆଖୁଆପଦା କଣ୍ଟ୍ରୋଲ ରୁମ୍ରୁ ସୂଚନା ମିଳିଛି ।
You Can Read:
ବ୍ରହ୍ମପୁରରେ ପୁଣି ଗଡ଼ିଲା ମୁଣ୍ଡ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ସନ୍ଦେହ