ଶ୍ରୀମନ୍ଦିର ପ୍ରଶାସନକୁ ଚିଠି, ନୂଆବର୍ଷ ରାତିରେ ମହାପ୍ରଭୁଙ୍କ ଅନିଦ୍ରା ନରଖିବାକୁ ଅନୁରୋଧ

NEWS7
floods-in-the-salaki-river-water-flooded-peoples-homes-people-are-in-tenson

ପୁରୀ ୨୮।୧୨ : ନୂଆବର୍ଷ ପୂର୍ବଦିନ ଅର୍ଥାତ ଡିସେମ୍ବର ୩୧ ତାରିଖ ରାତିରେ ମହାପ୍ରଭୁଙ୍କୁ ରାତି ଅନିଦ୍ରା ନ ରଖିବାକୁ ଅନୁରୋଧ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଗଜପତି ମହାରାଜା ଓ ଆଇନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ପଣ୍ଡିତ ମହେଶ ସାହୁ।

ଖବର ଅନୁଯାୟୀ, କିଛି ବର୍ଷ ହେବ ଡିସେମ୍ବର ୩୧ ତାରିଖ ମଧ୍ୟ ରାତ୍ରରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ମହାପ୍ରଭୁଙ୍କୁ ମଧ୍ୟ ରାତ୍ରିରୁ ଅନିଦ୍ରା ରଖାଯାଉଛି। ଯାହାକି ଧାର୍ମିକ ତଥା ପରମ୍ପରା ଦୃଷ୍ଟିକୋଣରୁ ଆଦୌ ଠିକ୍ ନୁହେଁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ପଣ୍ଡିତ ମହେଶ ସାହୁ। ତେଣୁ ଜାନୁଆରୀ ୧ ତାରିଖ ପାଇଁ ମହାପ୍ରଭୁଙ୍କୁ ରାତି ଅନିଦ୍ରା ନକରି ସ୍ୱଭାବିକ ଭାବେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଗଜପତି ମହାରାଜା, ଓ ଆଇନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମହେଶ ସାହୁ।