ଧର୍ମଶାଳା: ପାକିସ୍ତାନ ଭାରତ ଉପରେ ଲଗାତର ମିଶାଇଲ ମାଡ଼ ଜାରି ରଖିଥିବା ବେଳେ ବନ୍ଦ ହେଲା ଆଇପିଏଲ ମ୍ୟାଚ୍। ଖେଳ ଚାଲିଥିବା ବେଳେ ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମରେ ହଠାତ୍ ଫ୍ଲଡଲାଇଟ୍ ଲିଭିଯାଇଥିଲା। ଏହାପରେ ମ୍ୟାଚ୍ ବାତିଲ କରାଯାଇଛି।
ମେ ୮ ତାରିଖରେ ଧର୍ମଶାଳାରେ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବାକୁ ମ୍ୟାଚ୍ ଖେଳାଯାଉଥିଲା। ପଞ୍ଜାବ ପ୍ରଥମେ ବ୍ୟାଟିଂ କରୁଥିଲା। ଦଳ ପ୍ରଥମ ୱିକେଟ୍ ହରାଇବା ସହିତ ୧୦.୧ ଓଭର ମ୍ୟାଚ୍ ଖେଳ ହୋଇଥିଲା। ଏହାପରେ ଫ୍ଲଡ୍ ଲାଇଟ୍ ଟାୱାରଗୁଡ଼ିକ ମଧ୍ୟରୁ ଗୋଟିଏ ଲିଭିଯାଇଥିଲା। ପ୍ରଥମେ ଲୋକେ ଏହାକୁ ଏକ ଯାନ୍ତ୍ରିକ ତ୍ରୁଟି ବୋଲି ଭାବିଥିଲେ। ହେଲେ ଆଉ ଏକ ଲାଇଟ ଟାୱର ବନ୍ଦ କରି ଦିଆଯାଇଥିଲା। ଏହାପରେ ଦର୍ଶକଙ୍କୁ ଷ୍ଟାଡିୟମ ଛାଡ଼ିବାକୁ କୁହାଯାଇଥିଲା।
ଆଜିର ମ୍ୟାଚ୍କୁ ଦିନ ବେଳା ଖେଳିବାକୁ ବିଚାର କରାଯାଉଥିଲା। ହେଲେ ପରେ ରାତିରେ ମ୍ୟାଚ୍ ଆୟୋଜନ କରାଯାଇଥିଲା। କିନ୍ତୁ ପାକିସ୍ତାନ ଆକ୍ରମଣ କରିବା ପରେ ମ୍ୟାଚ୍କୁ ଅଧାରୁ ବାତିଲ କରିଦେଇଛି। ଏନେଇ ବିସିସିଆଇ କହିଛି ଖେଳାଳିମାନଙ୍କର ସୁରକ୍ଷା ଆମର ଦାୟିତ୍ୱ। ବିଦେଶୀ ଖେଳାଳିଙ୍କ ସୁରକ୍ଷାଙ୍କୁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ବୋଲି ବିସିସିଆଇ କହିଛି। ମ୍ୟାଚ୍ ନେଇ ବର୍ତ୍ତମାନ ବିସିସିଆଇ ଓ ଆଇପିଏଲ୍ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ବୋଲି ସୂଚନା ମିଳିଛି। ଆଇପିଏଲ ସେମାନଙ୍କର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଧର୍ମଶାଳାରେ ମ୍ୟାଚ୍ ବାତିଲ ହୋଇଥିବା ସୂଚନା ଦେଇଛନ୍ତି।
ପାକିସ୍ତାନ ଜମ୍ମୁର ବିମାନବନ୍ଦର ସମେତ ଅନେକ ସ୍ଥାନରେ ଆକ୍ରମଣ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁବାର ଅନ୍ତର୍ଜାତୀୟ ସୀମା ସେପାଖରୁ ଜମ୍ମୁରେ ରକେଟ୍ ମାଡ଼ କରାଯାଇଥିଲା। ଗୋଟିଏ ଡ୍ରୋନ୍ ଜମ୍ମୁ ବିମାନବନ୍ଦର ଉପରେ ଆକ୍ରମଣ କରିଛି। ଭାରତ ମଧ୍ୟ ଏହାର ଜବାବ ଦେଇଛି। ଭାରତ ତାର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଆକ୍ଠିଭ କରିବା ସହିତ ପାକିସ୍ତାନ ରକେଟ୍ଗୁଡିକୁ ସଫଳତାର ସହ ଆକାଶରେ ନଷ୍ଟ କରିଦେଇଛି।
ଜମ୍ମୁ ଏବଂ ପଞ୍ଜାବର ବିଭିନ୍ନ ସ୍ଥାନରେ ଆକ୍ରମଣ ପରେ ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାକିସ୍ତାନର ଏକ F-16 ବିମାନକୁ ଖସାଇ ଦେଇଛି। ଏହି ସମୟରେ, ଜମ୍ମୁ ଏବଂ କାଶ୍ମୀରର ଉଧମପୁର ଏବଂ ରାଜସ୍ଥାନର ଜୈସଲମେରରେ ମଧ୍ୟ ଡ୍ରୋନ ଆକ୍ରମଣକୁ ପଣ୍ଡ କରାଯାଇଛି ଏବଂ ଅଖନୁରରେ ଏକ ଡ୍ରୋନକୁ ଖସାଇ ଦିଆଯାଇଛି। ପୁଞ୍ଚରେ ଦୁଇଟି କାମିକାଜେ ଡ୍ରୋନକୁ ମଧ୍ୟ ଗୁଳି କରି ଖସାଇ ଦିଆଯାଇଥିଲା।