ପଶ୍ଚିମବଙ୍ଗରେ ମମତାଙ୍କୁ ଲାଗିବ ଝଟକା ! ଓପିନିୟିନ ପୋଲରେ ବଢୁଛି ବିଜେପି...ଜାଣନ୍ତୁ କିଏ ଗଢିବ ସରକାର ?

NEWS7
flood-update-in-north-odisha

ନୂଆଦିଲ୍ଲୀ, ୧୫ /୦୩:ବାଜିଛି ନିର୍ବାଚନ ବିଗୁଲ । ପଶ୍ଚିମବଙ୍ଗ ସମେତରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାନ ଅନୁଷ୍ଠିତ ହେବ । ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହୋଇ ସାରିଛି । ଯାହାକୁ ନେଇ ସବୁ ଦଳ ପ୍ରସ୍ତୁତ ହୋଇଗଲେଣି । ଏହାରି ଭିତରେ ସାମ୍ନାକୁ ଆସୁଛି ପଶ୍ଚିମବଙ୍ଗ ନିର୍ବାଚନର ଓପିନିୟନ ପୋଲ୍ ।

ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ । ରାଜ୍ୟରେ ମୁଖ୍ୟତଃ ତୃଣମୂଳ କଂଗ୍ରେସ, ବିଜେପି ଏବଂ କଂଗ୍ରେସ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ । ବିଜେପି ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ଟିଏମସିକୁ ହରାଇବାକୁ ଜୋରସୋରରେ ଲାଗି ପଡିଛି । ଅନ୍ୟ ଦିଗରେ ମମତା ପୁଣି ଥରେ ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି । କଂଗ୍ରେସ ମଧ୍ୟ ଏଥର କିଛି ଓଲଟପାଲଟ କରିବା ପାଇଁ ସୁଯୋଗ ଖୋଜୁଛି ।

ତେବେ ପଶ୍ଚିମବଙ୍ଗରେ କିଏ ମାରିବ ବାଜି । କିଏ ଗଠନ କରିବ ସରକାର । ଏସବୁକୁ ନେଇ ଆସିଛି ଓପନିୟନ ପୋଲ । ଯେଉଁଥିରେ ବିଜେପିକୁ ବଡ ଝଟକା ଲାଗିପାରେ ବୋଲି ଆଲୋଚନା ହେଉଛି । ସର୍ଭେରେ ମମତା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦେଖିବାକୁ ମିଳିଛି । ନିର୍ବାଚନକୁ ଆହୁରି କିଛି ଦିନ ବାକି ଥିବା ବେଳେ ଏହି ସର୍ଭେର ଫଳାଫଳ ଆଗକୁ ବଦଳି ମଧ୍ୟ ପାରେ । ଅର୍ଥାତ ବିଜେପିର ଭୋଟ୍ ସେୟାର ବଡୁଥିବାରୁ ବିଜେପି ସରକାର ଗଠନ କରିବା ସମ୍ଭାବନାକୁ ଏଢାଇ ଦିଆଯାଇପାରିବ ନାହିଁ ।

ମେଟ୍ ରାଇଜ୍ ଏବଂ ଆଇଏଏନଏସ୍ ଓପିନିୟନ ପୋଲ୍ ଅନୁସାରେ, ଜନତା ମମତା ସରକାରଙ୍କ ଉପରେ ଭରସା କରୁଛନ୍ତି । କିନ୍ତୁ ଗଥଥର ତୁଳନାରେ ଟିଏମସିର ସିଟ୍ କମିପାରେ । ଏଥର ତୃଣମୂଳ କଂଗ୍ରେସକୁ୧୫୫ରୁ୧୭୦ସିଟ୍ ମିଳିବା ନେଇ ଅନୁମାନ କରାଯାଉଛି । ବିଜେପି୧୦୦ରୁ୧୧୫ଟି ଆସନରେ ବାଜିମାତ୍ କରିପାରେ । ନିର୍ବାଚନରେ ଏଆଇଏମଆଏମ୍ କଂଗ୍ରେସ ତୁଳନାରେ ଭଲ ପ୍ରଦର୍ଶନ କରିବ । ଦଳକୁରୁଆସନ ମିଳିପାରେ ।

ଚଳିତ ଥର ବିଜେପି ଏବଂ ଟିଏମସି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ଟିଏମସିକୁ୪୩ରୁ୪୫ପ୍ରତିଶତ ଭୋଟ୍ ମିଳିପାରେ । ବିଜେପିକୁ ମଧ୍ୟ୪୧ରୁ୪୩ପ୍ରତିଶତ ଭୋଟ୍ ମିଳିବା ନେଇ ସର୍ଭେରେ ଦର୍ଶାଯାଇଛି । ଅନ୍ୟମାନେ ୧୩ରୁ୧୫ପ୍ରତିଶତ ଭୋଟ୍ ହାସଲ କରିବା ନେଇ ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ଗତ ନିର୍ବାଚନରେ ଟିଏମସି୪୮ପ୍ରତିଶତ ଏବଂ ବିଜେପି୩୮ପ୍ରତିଶତ ଭୋଟ୍ ପାଇଥିଲେ । ମମତାଙ୍କ ଦଳ୨୧୩ଟି ଆସନ ଜିତିଥିବା ବେଳେ ବିଜେପି୭୭ଟି ଆସନରେ ସନ୍ତୁଷ୍ଟ ରହିଥିଲା ।