ସଚିନଙ୍କ ସହ ଫଟୋ ଉଠେଇବାକୁ ମନା କରିଥିଲେ ଏହି ଅଭିନେତ୍ରୀ, କହିଲେ- ମୋ ଅହଂକାର ଯୋଗୁଁ...

NEWS7
flood-situation-in-brahmani-and-baitarani-river

ନୂଆଦିଲ୍ଲୀ, ୧୨। ୦୩ : କ୍ରିକେଟ କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଗୋଟିଏ ଝଲକ ପାଇବା ପାଇଁ ସମସ୍ତେ ଚାହାଁନ୍ତି । ତାଙ୍କସହ ଫଟୋ ଉଠେଇବାକୁ ଅନେକ ଫ୍ୟାନ୍ସ ଚାହିଁଥାନ୍ତି । କିନ୍ତୁ ଅଭିନେତ୍ରୀ ତାଙ୍କ ସହ ଫଟୋ ଉଠାଇବାକୁ ମନା କରି ଦେଇଥିଲେ । ‘କେରଳ ଷ୍ଟୋରୀ-୨’ ପାଇଁ ଚର୍ଚ୍ଚାରେ ଥିବା ଅଭିନେତ୍ରି ଅଦିତି ଭାଟିଆ ଏଭଳି କହିଛନ୍ତି । ଯାହା ଶୁଣିବା ପରେ ତାଙ୍କ ମାଆଙ୍କ ସହ ଉପସ୍ଥିତ ସମସ୍ତ ମେମ୍ବର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏସମ୍ପର୍କରେ ଏବେ ସେ ଏକ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ସେ ନିଜର ପିଲାଦିନର ଅନୁଭୂତି ବଖାଣିଛନ୍ତି । ପିଲାଦିନେ ମୁଁ ସଚିନଙ୍କ ସହ ଏକ ବିଜ୍ଞାପନ କରିଥିଲି । ସେ ସମୟରେ ମୁଁ ବହୁତ ଛୋଟ ଥିଲି । ମୁଁ ଏହି ବିଜ୍ଞାପନରେ ସଚିନଙ୍କ ଝିଅ ହୋଇଥିଲି । ସେହି ସମୟରେ ସଚିନଙ୍କ ସହ ଫଟୋ ଉଠାଇବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଥିଲା । ସେ ମୋତେ ନିଜ ଝିଅଭଳି ଭଲ ପାଇବା ଦେଇଥିଲେ । ଏହାସହ ସେ କହିଥିଲେ କି, ମୋ ସହ ତୁମେ ଫଟୋ ଉଠାଇବ କି ? ମୁଁ ସେତେବେଳେ ମନା କରି ଦେଇଥିଲି ।

ମୋ ନାଁ ଶୁଣିବା ପରେ ମାଆଙ୍କ ସହ ସେଠାରେ ଥିବା ସମସ୍ତ ଲୋକ ମଧ୍ୟ ଆଶ୍ଚର୍ଯ୍ୟହୋଇଯାଇଥିଲେ । ମୁଁ ସେତେବେଳେ ବହୁତ ଛୋଟଥିଲି । ଏଣୁ ଜାଣିପାରିନଥିଲି । ମାତ୍ର ଏବେ ଯେତେବେଳେ ମାଆ ଏ କଥା ମୋତେ କୁହନ୍ତୁ ମୋତେ ଅନୁତାପ କରିବାକୁ ପଡ଼େ । କ୍ରିକେଟର ଭଗବାନଭାବେ ଜଣାଶୁଣା କିମ୍ବଦନ୍ତୀଙ୍କ ସହ ମୁଁ ଫଟୋ ଉଠାଇବାକୁ ମନା କରିଥିଲି । ମୁଁ ସେତେବେଳେ କହିଥିଲି ଭାବିକି କହିବି । ଏବେ ଭାବିଲେ ଲାଗୁଛି ମୁଁ ଏତେ ବନ ସାହସ କେମିତି କରିଥିଲି । ସଚିନ ସାରଙ୍କ ସହ ଲୋକେ ଦେଖା କରିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା ମଧ୍ୟ କରୁଛନ୍ତି ।

 ଅଧିକ ପଢନ୍ତୁୃ-ନିରାଶ ହେବେ RCB ଫ୍ୟାନ୍ସ, ଏଥର ଚାମ୍ପିଅନ୍ ହେବନି ରୟାଲ ଚ୍ୟାଲେଞ୍ଜର୍ସ ! ଅନୁମାନ ପଛରେ ଭୟଙ୍କର ଇତିହାସ