Live Live
LIVE

ମେ’ ପହିଲାରୁ ଆରମ୍ଭ ହେବ ଧାନ କିଣା, ଜୁନ୍ ୩୦ ଯାଏଁ ଚାଲିବ

NEWS7
flood-river-at-ahamallik

ଭୁବନେଶ୍ୱର ୦୮।୦୩ : ମେ’ ମାସ ପହିଲାରୁ ରବି ଋତୁରେ ହୋଇଥିବା ବଳକା ଧାନ ମଣ୍ଡିରେ କିଣା ଆରମ୍ଭ ହେବ। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ମେ ୧ରୁ ଆରମ୍ଭ ହୋଇ ରବି ଧାନ କିଣା ପ୍ରକ୍ରିୟା ଜୁନ ୩୦ ତାରିଖ ଯାଏ ଚାଲିବ।

​​​​​​​

ଚଳିତ ବର୍ଷ ମଧ୍ୟ ବାଲେଶ୍ଵର, ବରଗଡ଼, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଆଦି ୨୦ ଜିଲ୍ଲାରେ ରବି ଧାନ କିଣା ହେବ। ଏନେଇ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।

ଏ ଖବର ବି ପଢନ୍ତୁ:- ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି, କୁଆପଥର ସହ ପ୍ରବଳ ବର୍ଷାର ସମ୍ଭାବନା

ଖରିଫ୍ ଭଳି ଆସନ୍ତା ରବି ଋତୁରେ ମଧ୍ୟ ରାଜ୍ୟରେ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣା ହେବ। ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିମିଟେଡ୍ (OSCSC) ଚାଷୀଙ୍କ ଅତିରିକ୍ତ ଧାନ କ୍ରୟ କରିବ। ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ), ଲାମ୍ପସ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ପାଣି ପଞ୍ଚାୟତ ମାଧ୍ଯମରେ ଧାନ କିଣା ହେବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବାବଦରେ ପ୍ରତି କୁଇଣ୍ଟାଲ ୨୩୬୯ ଟଙ୍କା ଓ “କୃଷକ ସମୃଦ୍ଧି ଯୋଜନା’ ଅଧୀନରେ ଇନପୁଟ୍ ସହାୟତା ବାବଦରେ କୁଇଣ୍ଟାଲ ପ୍ରତି ୭୩୧ ଟଙ୍କା ପ୍ରଦାନ କରାଯିବ।