ଫ୍ଲିପକାର୍ଟକୁ ମିଳିଲା NBFC ର ଲାଇସେନ୍ସ , ଏବେ ଲୋନ୍ ଦେବ କମ୍ପାନୀ

Published By : Prameya-News7 Bureau | June 05, 2025 IST

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ରୁ ଫ୍ଲିପକାର୍ଟକୁ ନନ୍-ବ୍ୟାଙ୍କିଂ ଫାଇନାନ୍ସିଆଲ କମ୍ପାନୀ (NBFC)ର ଲାଇସେନ୍ସ ମିଳିଛି,  ଯେଉଁଥିରେ ଏବେ ଫ୍ଲିପକାର୍ଟ ନିଜର ଇ-କମର୍ସ ପ୍ଲାଟଫର୍ମରେ ସିଧା ଲୋନ୍‌ ଦେଇ ପାରିବ। ଏନବିଏଫସିର ଲାଇସେନ୍ସ ମିଳିବା ଫ୍ଲିପକାର୍ଟ ପାଇଁ ଏକ ବଡ଼ ଉପଲବ୍ଧି , ଏଥିରେ କମ୍ପାନୀ ପ୍ରତି ଗ୍ରାହକଙ୍କୁ ଭରସା ବଢିବ। 

ଫ୍ଲିପକାର୍ଟ ପାଇଁ ବଡ଼ ଉପଲବ୍ଧି –

ଫ୍ଲିପକାର୍ଟ କମ୍ପାନୀ ପୂର୍ବରୁ ହିଁ ନିଜର ପ୍ଲାଟଫର୍ମରେ ଥାର୍ଡ ଆର୍ଥିକ ସଂସ୍ଥା ମାଧ୍ୟମରେ ‘ବାୟ ନାଓ, ପେ ଲେଟର ( ବିଏନପିଏଲ) ଓ ଇଏମଆଇ ଭଳି ସୁବିଧା ଦେଇଥାଏ। ଏବେ, ଏନବିଏଫସି ଲାଇସେନ୍ସ ସହ, କମ୍ପାନୀ ବିନା କୌଣସି ବାହାର ଆର୍ଥିକ ସଂସ୍ଥା ଉପରେ ନିର୍ଭର କରି ସ୍ୱାଧୀନ ଭାବେ ଲୋନ୍‌ ଦେବାର ସୁବିଧା ଆରମ୍ଭ କରି ପାରେ। ଏହି ପଦକ୍ଷେପ ଫ୍ଲିପକାର୍ଟକୁ ଆମାଜନ ଭଳି ପ୍ରତିଯୋଗୀଙ୍କ ବିରୁଦ୍ଧରେ ଆହୁରି ମଜବୁତ କରିବ, ଯାହା ପୂର୍ବରୁ ହିଁ ଭାରତରେ ଆର୍ଥିକ ସେବା ଗୁଡ଼ିକରେ ପଦକ୍ଷେପ ରଖି ପାରେ। 

ଛୋଟ ବ୍ୟବସାୟ ଗୁଡ଼ିକୁ ମିଳିବ ଲାଭ –

ଏହି ଲାଇସେନ୍ସ ମାଧ୍ୟମରେ ଫ୍ଲିପକାର୍ଟ ନିଜର ଗ୍ରାହକଙ୍କୁ ଶସ୍ତା ଓ ସହଜ ଉପାୟରେ ଲୋନ୍‌ ଉପଲବ୍ଧ କରାଇବ, ଯେଉଁଥିରେ କ୍ରୟର ସୁବିଧା ଆହୁରି ଭଲ ହେବ। ଏହାସହ, ଫ୍ଲିପକାର୍ଟ ଉପରେ ଥିବା ଲକ୍ଷ ଲକ୍ଷ ଛୋଟ ଓ ମଧ୍ୟମ ବିକ୍ରେତାଙ୍କ ବ୍ୟବସାୟ ସୁଦୃଢ ହେବ, ତାଙ୍କୁ ନିଜର ବ୍ୟବସାୟର ବିସ୍ତାର କରିବା ପାଇଁ ଲୋନ୍‌ ମିଳି ପାରିବ। ଏହି ପଦକ୍ଷେପ ବିଶେଷ ଭାବେ ଗ୍ରାମୀଣ ଓ  ସହରରେ ଛୋଟ ଛୋଟ ବ୍ୟବସାୟ ପାଇଁ ଫଳପ୍ରଦ ହୋଇପାରିବ। 

ଉଲ୍ଲେଖନୀୟ ଯେ, ଫ୍ଲିପକାର୍ଟର ଏହି ପଦକ୍ଷେପ ଭାରତରେ ଇ-କମର୍ସ ଓ ଆର୍ଥିକ ସେବା ମଧ୍ୟରେ ସମନ୍ୱୟ ବୃଦ୍ଧିକୁ ପ୍ରତିଫଳିତ କରିବ। ନିକଟବର୍ତ୍ତୀ ବର୍ଷ ମଧ୍ୟରେ ଅନେକ ଇ-କମର୍ସ କମ୍ପାନୀମାନେ ଆର୍ଥିକ ସେବା କ୍ଷେତ୍ରରେ ପ୍ରବେଶ କରିଛନ୍ତି, ଯାହାକି ସେମାନେ ନିଜର ଗ୍ରାହକଙ୍କୁ ଗୋଟିଏ ହିଁ ପ୍ଲାଟଫର୍ମରେ ସବୁ ସୁବିଧାକୁ ଉପଲବ୍ଧ କରାଇ ପାରିବେ। କେବଳ ଏତିକି ନୁହେଁ, ଫ୍ଲିପକାର୍ଟର ଏହି ଲାଇସେନ୍ସ ତାକୁ ଡିଜିଟାଲ ଲେଣ୍ଡିଂ ସେକ୍ଟରରେ ଏକ ଦୃଢ ଖେଳାଳି ଭାବେ ସ୍ଥାପିତ କରି ପାରେ।

ଡିଜିଟାଲ ଲୋନ୍ ମଧ୍ୟ ଦେବ କମ୍ପାନୀ – 

ଫ୍ଲିପକାର୍ଟ ଏବେସୁଦ୍ଧା ଏହା ସ୍ପଷ୍ଟ କରି ନାହିଁ ଯେ, ସେ ନିଜର ଲାଣ୍ଡିଂ ବ୍ୟବସାୟକୁ କେମିତି ଲାଗୁ କରିବ, କିନ୍ତୁ କୁହାଯାଉଛି ଯେ, କମ୍ପାନୀ ଡିଜିଟାଲ ଲୋନ୍‌, ପର୍ସନାଲ ଲୋନ୍‌ ଓ ବିକ୍ରେତାଙ୍କ ପାଇଁ ବିଶେଷ ଆର୍ଥିକ ପ୍ରଡକ୍ଟସ ଉପରେ ଧ୍ୟାନ କେନ୍ଦ୍ରିତ କରିବ। ଏହା ବ୍ୟତୀତ ଫ୍ଲିପକାର୍ଟ ନିଜର ଡାଟା ଓ ଟେକ୍ନିକାଲ କ୍ଷମତା ଗୁଡ଼ିକର ବ୍ୟବହାର କରି ଋଣ ବିତରଣକୁ ଆହୁରି ଅଧିକ ଦକ୍ଷ କରି ପାରେ। 

ଏହି ପଦକ୍ଷେପ ଫ୍ଲିପକାର୍ଡକୁ ଭାରତରେ ଖୁବ୍‌ ଜୋରରେ ବଢୁଥିବା ଡିଜିଟାଲ ଲେଣ୍ଡିଂ ମାର୍କେଟ୍‌ରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ଦେଇ ପାରେ, ଯାହା ସରକାରଙ୍କର ଡିଜିଟାଲ ଇଣ୍ଡିଆ ଓ ଆର୍ଥିକ ସମାବେଶର ଅନୁରୂପ ମଧ୍ୟ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.