LIVE TV
LIVE TV

ମକର ରାଶି ବ୍ୟକ୍ତିଙ୍କ କର୍ମକ୍ଷେତ୍ରରେ ପ୍ରତିଷ୍ଠା ବୃଦ୍ଧି ପାଇବ, କାର୍ଯ୍ୟଭାର ଅଧିକ ଥିଲେ ମଧ୍ୟ ସଫଳତା ପାଇବେ

NEWS7
five-police-officers-suspended-for-prisoner-absconded-from-jail-in-nayagarh

ମେଷ– ଦାମ୍ପତ୍ୟ ଜୀବନ ଓ ବ୍ୟବସାୟିକ ଭାଗିଦାରୀ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଜୀବନସାଥୀଙ୍କ ସହଯୋଗ ମିଳିବ ଏବଂ ସମ୍ପର୍କରେ ମଧୁରତା ବଜାୟ ରହିବ। କୌଣସି ନୂତନ ଚୁକ୍ତି କରିବା ପାଇଁ ଦିନଟି ଶୁଭ ରହିଛି।

ବୃଷ– କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପରିଶ୍ରମର ଉଚିତ ଫଳ ମିଳିବ। ଶତ୍ରୁମାନେ ଆପଣଙ୍କ ସମ୍ମୁଖରେ ଦୁର୍ବଳ ହେବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ, ବିଶେଷକରି ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ– ମନୋରଞ୍ଜନ ଏବଂ ସୃଜନଶୀଳ କାର୍ଯ୍ୟରେ ଅଧିକ ସମୟ ବିତିବ । ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବହୁତ ଭଲ । ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ସଫଳତା ପାଇବେ। ସନ୍ତାନଙ୍କ ପାଇଁ ଶୁଭ ଖବର ମିଳିବାର ସମ୍ଭାବନା ଅଛି।

କର୍କଟ– ପାରିବାରିକ ଜୀବନ ଏବଂ ଘରୋଇ ସୁଖ ଉପରେ ଧ୍ୟାନ ଦେବାର ଦିନ। ମା'ଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କୌଣସି ସମ୍ପତ୍ତି କିଣିବା କିମ୍ବା ବିକ୍ରି କରିବା ପାଇଁ ଯୋଜନା କରିପାରନ୍ତି । ଘରେ ଶାନ୍ତି ଏବଂ ସୁଖର ବାତାବରଣ ରହିବ।

ସିଂହ– ସାମାଜିକ ସମ୍ପର୍କ ବୃଦ୍ଧି ପାଇବ। ଭାଇଭଉଣୀଙ୍କ ସହଯୋଗ ମିଳିବ। ଛୋଟ ଦୂରତା ଯାତ୍ରା ଲାଭଦାୟକ ହୋଇପାରେ। କଥାବାର୍ତ୍ତାରେ ସ୍ପଷ୍ଟତା ରଖନ୍ତୁ ଏବଂ କାହାରିକୁ ଅପ୍ରିୟ କଥା କହିବାରୁ ଦୂରେଇ ରୁହନ୍ତୁ।

ତୁଳା– ଚନ୍ଦ୍ର ରାଶିରେ ଅବସ୍ଥାନ କରୁଥିବାରୁ, ଆପଣଙ୍କର ବ୍ୟକ୍ତିତ୍ୱ ଆକର୍ଷଣୀୟ ରହିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ ସମସ୍ତ କାର୍ଯ୍ୟରେ ସଫଳତା ମିଳିବାର ଯୋଗ ରହିଛି। ଆର୍ଥିକ ଦିଗରୁ ଦିନଟି ଶୁଭ ରହିବ।

ବିଛା– ଆର୍ଥିକ ଦିଗରୁ ଦିନଟି ଶୁଭ ଅଛି। ପାରିବାରିକ ସମସ୍ୟା ସମାଧାନ ହେବ ଏବଂ ଧନ ସଞ୍ଚୟରେ ସଫଳ ହେବେ। କାହାରିକୁ ଟଙ୍କା ଉଧାର ଦେବାରୁ ଦୂରେଇ ରୁହନ୍ତୁ। ନିଜ କଥାବାର୍ତ୍ତା ଶୈଳୀ ମାଧ୍ୟମରେ କାର୍ଯ୍ୟ ହାସଲ କରିବେ।

ଧନୁ– ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି। ବନ୍ଧୁ ଏବଂ ବଡ଼ ଭାଇଭଉଣୀଙ୍କ ସହଯୋଗ ମିଳିବ। ସାମାଜିକ ଏବଂ କାର୍ଯ୍ୟକ୍ଷେତ୍ରରେ ପ୍ରଭାବ ବୃଦ୍ଧି ପାଇବ। ଭବିଷ୍ୟତ ପାଇଁ ନୂତନ ଯୋଜନା କରିପାରନ୍ତି।

ମକର– କର୍ମକ୍ଷେତ୍ରରେ ପ୍ରତିଷ୍ଠା ବୃଦ୍ଧି ପାଇବ। ବରିଷ୍ଠ ଅଧିକାରୀଙ୍କ ସହଯୋଗରେ ଅଟକି ଥିବା କାମ ପୂରଣ ହେବ। କାର୍ଯ୍ୟଭାର ଅଧିକ ଥିଲେ ମଧ୍ୟ ସଫଳତା ପାଇବେ। ନିଜର ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତୁ।

କୁମ୍ଭ– ଭାଗ୍ୟର ସାଥ୍ ମିଳିବ। ଧର୍ମ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ମିଳିବ। ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା କରୁଥିବା ଛାତ୍ରଛାତ୍ରୀମାନେ ଭଲ ଖବର ପାଇବେ। ଦୂର ଯାତ୍ରା ଲାଭଦାୟକ ହେବ।

ମୀନ– ସାମାନ୍ୟ ସତର୍କ ରହିବାକୁ ପଡ଼ିବ। ଅଷ୍ଟମ ଚନ୍ଦ୍ରର ପ୍ରଭାବ ଯୋଗୁ ଆକସ୍ମିକ ସମସ୍ୟା ଦେଖାଯାଇପାରେ। ଋଣ କାରବାରରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ। ଯୋଗ ଏବଂ ଧ୍ୟାନରେ ମନ ଲଗାନ୍ତୁ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682