Live Live
LIVE

ବସ୍ଷ୍ଟାଣ୍ଡ ସାମ୍ନାରେ ଜଣ ବ୍ୟକ୍ତିଙ୍କୁ ଛୁରାମାଡ଼, ପ୍ରବଳ ରକ୍ତସ୍ରାବ ପରେ ଚାଲିଗଲା ଜୀବନ

NEWS7
five-person-arrest-by-police

ଅତାବିରା ୧୦।୦୩ : ବରଗଡ଼ ସରକାରୀ ବସ୍ଷ୍ଟାଣ୍ଡ ସାମ୍ନାରେ ଛୁରାମାଡ଼ । ଯେଉଁଥିରେ ଚାଲିଯାଇଛି ଜଣେ ବ୍ୟକ୍ତିଙ୍କ ଜୀବନ । ମୃତକ ବରଗଡ଼ ପାଣ୍ଡରି ପଥର ଗାଁର ଉଦୟନାଥ ସୁନା ବୋଲି ଜଣାପଡିଛି ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।

ଏ ଖବର ବି ପଢନ୍ତୁ:-ନୀତି ବିଭ୍ରାଟ ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନ ତତ୍ପର, ବୁଧବାର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ବରଗଡ଼ ସରକାରୀ ବସ୍‌ଷ୍ଟାଣ୍ଡ ସାମ୍ନାରେ ଛୁରାମାଡ଼ ହୋଇଛି । ଯେଉଁଥିରେ ଜଣେ କ୍ଷତାକ୍ତ ଅବସ୍ଥାରେ ପଡ଼ିରହିଥିଲେ । ଉକ୍ତ ବ୍ୟକ୍ତିଙ୍କୁ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ତୁରନ୍ତ ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା । ହେଲେ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ । ମେଡିକାଲରେ ଡାକ୍ତର ଗୁରୁତର ବ୍ୟକ୍ତିଙ୍କୁ ମୃତ ଘୋଷଣା କରିଥିଲା ଡାକ୍ତର । ଛୁରାମାଡ଼ ଲାଗି ଛାତିରେ ଗଭୀର ଆଘାତ ଲାଗିଥିଲା । ଛାତିରୁ ପ୍ରବଳ ରକ୍ତସ୍ରାବ ହେବା ଲାଗି ଗୁରୁତର ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି।

ଏ ଖବର ବି ପଢନ୍ତୁ:-ICC Team of The Tournament: ଶିବମ ଦୁବେ ବାହାର, ୧୪୬ ହାରରେ ରନ କରିଥିବା ଖେଳାଳିଙ୍କୁ ମିଳିଲାନି ସ୍ଥାନ

ସେପଟ ପୋଲିସ ମଧ୍ୟ ଘଟଣାସ୍ଥଳରୁ ଏକ ଛୁରୀ ଜବତ କରିଛି । ବାକି ଅଭିଯୁକ୍ତ ଶଙ୍କର ସୁନାକୁ ଗିରଫ କରି ଅଧିକ ଛାନ୍ଭିନ୍ କରୁଛି । କିଭଳି ଏବଂ କେଉଁ ପରିସ୍ଥିତିରେ ଏହି ହତ୍ୟାକାଣ୍ଡ ଘଟିଲା, ସେନେଇ ଯାଞ୍ଚ କରୁଛି ପୋଲିସ ।