LIVE TV

ଇତିହାସ ରଚିଲେ ସ୍ମୃତି ମନ୍ଧାନା, ଭାଙ୍ଗିଲେ ମିତାଲଙ୍କ ରେକର୍ଡ; ହେଲେ ନମ୍ବର ଓ୍ଵାନ ଭାରତୀୟ ଖେଳାଳି

NEWS7
five-person-arrest-by-police

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳର ତାରକା ଓପନିଂ ବ୍ୟାଟର ସ୍ମୃତି ମନ୍ଧାନା ରଚିଛନ୍ତି ଇତିହାସ। ଆଇସିସି ମହିଳା ଦିନିକିଆ ବିଶ୍ଵକପ୍ ୨୦୨୫ର ଫାଇନାଲ୍ ମୁକାବିଲାରେ ସେ ୨୧ ରନ କରିବା ମାତ୍ରେ ପୂର୍ବତନ ଅଧିନାୟକ ମିତାଲି ରାଜଙ୍କ ରେକର୍ଡ ଭାଙ୍ଗିଛନ୍ତି। ଆଇସିସି ଦିନିକିଆ ବିଶ୍ଵକପର ଗୋଟିଏ ସଂସ୍କରଣରେ ଭାରତୀୟ ଭାବେ ସର୍ବାଧିକ ରନ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି ମନ୍ଧାନା। ମିତାଲି ୨୦୧୭ ବିଶ୍ଵକପରେ ୪୦୯ ରନ କରି ରେକର୍ଡ କରିଥିଲେ। ଏବେ ୨୦୨୫ ବିଶ୍ଵକପରେ ସ୍ମୃତି ମନ୍ଧାନା ମିତାଲିଙ୍କ ଏହି ରେକର୍ଡ ଭାଙ୍ଗିଛନ୍ତି। ମନ୍ଧାନା ଚଳିତ ବିଶ୍ଵକପରେ ଦମଦାର ଫର୍ମରେ ଅଛନ୍ତି। ସେ ୨ଟି ଅର୍ଦ୍ଧଶତକ ସହ ଗୋଟିଏ ଶତକ ହାସଲ କରିଛନ୍ତି।

ଫାଇନାଲ୍ ମୁକାବିଲାରେ ସ୍ମୃତି ମନ୍ଧାନା ୪୫ ରନ କରି ଆଉଟ୍ ହୋଇଛନ୍ତି।
ଭାରତୀୟ ବ୍ୟାଟରଙ୍କ ଦ୍ଵାରା ମହିଳା ବିଶ୍ଵକପରେ ସର୍ବାଧିକ ରନ କରିଥିବା ଟପ-୫ ଭାରତୀୟଙ୍କ ତାଲିକାରେ ସ୍ମୃତି ମନ୍ଧାନା ଶୀର୍ଷରେ ଅଛନ୍ତି। ତାଲିକାରେ ସ୍ମୃତି ଓ ମିତାଲିଙ୍କ ପରେ ପୁନମ ରାଉତ, ହରମନପ୍ରୀତ କୌରଙ୍କ ନାଁ ସାମିଲ୍। ତାଲିକାରେ ସ୍ମୃତିଙ୍କ ନାଁ ଦୁଇ ଥର ରହିଛି।

ସ୍ମୃତି ମନ୍ଧାନା- ୯ ମ୍ୟାଚ୍, ୪୩୪ ରନ(୨୦୨୫)

ମିତାଲି ରାଜ- ୯ ମ୍ୟାଚ୍, ୪୦୯ ରନ(୨୦୧୭)

ପୁନମ ରାଉତ- ୯ ମ୍ୟାଚ୍, ୩୮୧ ରନ(୨୦୧୭)

ହରମନପ୍ରୀତ କୌର- ୯ ମ୍ୟାଚ୍, ୩୫୯ ରନ(୨୦୧୭)

ସ୍ମୃତି ମନ୍ଧାନା- ୭ ମ୍ୟାଚ୍, ୩୨୭ ରନ(୨୦୨୨)

ଉଲ୍ଲେଖନୀୟ ମହିଳା ବିଶ୍ଵକପର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ କରିବାର ରେକର୍ଡ ଅଷ୍ଟ୍ରେଲିଆର ଅଧିନାୟକ ଏଲିସା ହିଲିଙ୍କ ନାଁରେ ରହିଛି। ସେ ୨୦୨୨ ବିଶ୍ଵକପରେ ୫୦୯ ରନ କରିଥିଲେ। ତେବେ ଚଳିତ ବିଶ୍ଵକପରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଲୌରା ଓ୍ଵାଲଭର୍ଟଙ୍କ ନଜର ହିଲିଙ୍କ ବିଶ୍ଵ ରେକର୍ଡ ଭାଙ୍ଗିବା ଉପରେ ରହିଛି। କାରଣ ଲୌରା ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ୪୭୦ ରନ କରି ସାରିଛନ୍ତି।